ରାହୁଲଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ଶୁଣାଣିକୁ ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ

0

କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ସମାନ୍ୟ ଆଶ୍ବସ୍ଥି। କାରଣ ତାଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି ସୁପ୍ରିମ୍‌କୋର୍ଟ। ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ବିରୋଧରେ ଦେଇଥିବା ବୟାନ ପାଇଁ ରାହୁଲଙ୍କ ନାମରେ  ଏକ ମାନହାନୀ ମକଦ୍ଦମା ରୁଜୁ ହୋଇଥିଲା। ସୁପ୍ରିମ୍‌କୋର୍ଟ ଏବେ ସେହି ମାମଲାର ଶୁଣାଣିକୁ ସ୍ଥଗିତ ରଖି ଦେଇଛନ୍ତି।

ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଝାଡ଼ଖଣ୍ଡ ହାଇକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦାୟର ହୋଇଥିବା ଏକ ସ୍ୱତନ୍ତ୍ର ଅନୁମତି ଆବେଦନର ଶୁଣାଣି କରିଥିଲେ।

ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ ଏପରି ଅନେକ ରାୟ ରହିଛି। ସେଥିପାଇଁ କେବଳ ପୀଡିତ ବ୍ୟକ୍ତି ହିଁ ମାନହାନି ଅଭିଯୋଗ ଦାଖଲ କରିପାରିବେ ଏବଂ ଅଭିଯୋଗ କୌଣସି ପ୍ରକ୍ସି ପାର୍ଟି ଦ୍ୱାରା ଦାଖଲ କରାଯାଇପାରିବ ନାହିଁ।

Leave A Reply

Your email address will not be published.