ଶପଥ ନେବେ ଟ୍ରମ୍ପ । ରାତ୍ରି ଭୋଜନରେ ଟ୍ରମ୍ପଙ୍କ ସହ ସାମିଲ ହେଲେ ମୁକେଶ ଏବଂ ନୀତା ଅମ୍ବାନୀ

0

ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ । ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ନେବାକୁ ଯାଉଛନ୍ତି, ଆଉ ଏହା ପୂର୍ବରୁ ଓ୍ୱାସିଂଟନ୍ ଡିସିରେ ଟ୍ରମ୍ପଙ୍କୁ ଭେଟିଛନ୍ତି ମୁକେଶ ଆଉ ନୀତା ଅମ୍ବାନୀ ।

ତେବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ ଯୋଗ ଦେବାକୁ ଆମେରିକା ଯାଇଛନ୍ତି ମୁକେଶ ଆଉ ନୀତା ଅମ୍ବାନୀ । ଯେଉଁଥିରେ ତାଙ୍କୁ ଏକ ରାତ୍ରି ଭୋଜନରେ ସାମିଲ ହେବାକୁ ପ୍ରଥମେ ନିମନ୍ତ୍ରଣ କରାଯାଇଥିଲା । ମିଳିଥିବା ସୂଚନା ମୁତାବକ, ଏକ କ୍ୟାଣ୍ଡେଲ ଲାଇଟ୍ ଡିନରରେ ଭାରତର ଏହି ଧନୀ ଦମ୍ପତ୍ତି ସାମିଲ ହେଇଥିଲେ । ଯେଉଁଠି ସେ ଟ୍ରମ୍ପଙ୍କ ସହିତ ଏହି ଫଟୋ ଉଠାଇଛନ୍ତି ।

Leave A Reply

Your email address will not be published.