ବାବୁ ବାବୁ ଙ୍କ ନିର୍ଦ୍ଦେଶନାରେ ରିଲିଜ୍ ହେଲା କାଳିଆର ଦୁଇଟି ଭଜନ ‘ତୋ ବଡ଼ ପଣକୁ ଧିକ୍’ ଓ ‘ରାଗିଛ କି କୁହ କାଳିଆ ଧନ ‘
ଭୁବନେଶ୍ୱର (ଆମ ଟିଭି): ବୁଲନ ଭାଇ ସେବା ସଦନରେ ଏକ ବର୍ଣ୍ଣାଧ୍ୟ୍ୟ ପରିବେଶରେ ମୁକ୍ତିଲାଭ କରିଛି ଦୁଇଟି ଭଜନ ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବାବୁ ବାବୁ l ଏହି ମୁକ୍ତିଲାଭ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଣୟ ଜେଠୀ, ଡଃ ରଞ୍ଜନ କୁମାର ମହାପାତ୍ର ଏବଂ ସମାଜସେବୀ ବୁଲନ ଭାଇ ଉପସ୍ଥିତ ରହି ଦୁଇଟି ଭଜନ ଭିଡିଓର ସିଡ଼ି ଉନ୍ମୋଚନ କରିଥିଲେ l “ତୋ ବଡ଼ ପଣକୁ ଧିକ୍” ଭଜନ ଅଡିଓ ୪ ମିଲିୟନରୁ ଅଧିକ ଭିୟୂଜ୍ ସଂଗ୍ରହ ହେଇସାରିଥିବା ବେଳେ ଅଭିନେତା ଅଶ୍ୱିନ ତ୍ରିପାଠୀ ଏବଂ ଅଭିନେତ୍ରୀ ରଶ୍ମିତାଙ୍କ ଅଭିନୀତ ଏହି ଭଜନ ଭିଡିଓ ନିଶ୍ଚିତ ଭାବେ ଢେର ବେଶୀ ଲୋକାଦୃତ ହେବ ଏଥିରେ ସନ୍ଦେହ ନାହିଁ l ସୌମ୍ୟରଞ୍ଜନ ବଳ ଙ୍କ ରଚିତ ଭଜନକୁ ଦିବ୍ୟ ଚନ୍ଦନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଦିପ୍ତିମୟୀ ଦାସ କଣ୍ଠଦାନ କରିଛନ୍ତି l ପ୍ରଯୋଜନା କରିଛନ୍ତି ରାଘବ ସ୍ୱାଇଁ ଯାହା ଓଡିଶା ମ୍ୟୁଜିକ୍ ବ୍ୟାନରରେ ମୁକ୍ତିକାଭ କରିବ l
ଠିକ ସେହିପରି ଆଉ ଏକ ଭଜନ “ରାଗିଛ କି କୁହ କାଳିଆ ଧନ” ଗୀତକୁ ସୁବ୍ରତ ଜେନା ରଚନା କରିଥିବା ବେଳେ ଅମ୍ଲାନ ଜ୍ୟୋତି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ କଣ୍ଠଦାନ କରିଛନ୍ତି ଜ୍ୟୋତିର୍ମୟୀ ନାୟକ l ଅଭିନେତ୍ରୀ ଦେବସ୍ମିତା ଏବଂ ରଶ୍ମିତା ଏହି ଭଜନ ଭିଡ଼ିଓରେ ଅଭିନୟ କରିଛନ୍ତି l ଶ୍ରଦ୍ଧା ମ୍ୟୁଜିକ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଭଜନକୁ ପ୍ରଯୋଜନା କରିଛନ୍ତି ରଞ୍ଜିତ ନାଥ l ତେବେ ପୂର୍ଵରୁ ପ୍ରଯୋଜକମାନେ ଆଧୁନିକ ଗୀତ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ ଏବେ ଭଜନକୁ ମଧ୍ୟ ଅଧିକ ପ୍ରାଧାନ୍ୟ ଦେଇ ଭଲ ବଜେଟରେ ଭଲ ଭଲ ନିର୍ଦ୍ଦେଶକ ଙ୍କୁ ନେଇ ନିର୍ମାଣ କରୁଛନ୍ତି l ନିର୍ଦ୍ଦେଶକ ବାବୁ ବାବୁ ଜଣେ ଆଗଧାଡିର ନିର୍ଦ୍ଦେଶକ ଭାବେ ବେଶ ଜଣାଶୁଣା l ୨୦୨୫ ବର୍ଷ ଆରମ୍ଭରେ ତାଙ୍କର ନିର୍ଦ୍ଦେଶିତ ୧୦ଟି ମ୍ୟୁଜିକ୍ ଭିଡ଼ିଓ ଏକା ସାଙ୍ଗରେ ଗୋଟିଏ ଦିନରେ ମୁକ୍ତିଲାଭ କରିଥିଲା l ଭଲ କଂସେପ୍ଟ ସହିତ କ୍ୱାଲିଟିକୁ ଗୁରୁତ୍ୱ ଦେଲେ ଦର୍ଶାକାଦୃତ ହେବ ବୋଲି ଉପସ୍ଥିତ ଅତିଥି ବୃନ୍ଦ ପ୍ରକାଶ କରିଥିଲେ l