ବଜେଟ୍ ପୂର୍ବରୁ ବଢିଲା ସୁନା ଦାମ୍
ଫେବୃଆରୀ ୧ ଅର୍ଥାତ୍ ଶନିବାର ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍। ବଜେଟ୍ ପୂର୍ବରୁ ବଢିଛି ସୁନା ଦାମ୍।
ଶୁକ୍ରବାର ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୪,୩୩୦ରେ ପହଞ୍ଚିଛି। ଗତକାଲି ଏହା ୮୩,୦୨୦ ଟଙ୍କା ଥିଲା । ପ୍ରାୟ ଗୋଟିଏ ଦିନରେ ୧,୩୧୦ ଟଙ୍କା ବୃଦ୍ଧି ପାଇଛି।
୨୨ କ୍ୟାରେଟ୍ ସୁନା ନାମ୍ ୧୦ ଗ୍ରାମ୍କୁ ୭୭,୩୦୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଗତକାଲି ଏହା ୭୬,୧୦୦ ଟଙ୍କା ଥିଲା । ଏଥିରେ ମଧ୍ୟ ୧୨୦୦ ଟଙ୍କା ବୃଦ୍ଧି ହୋଇଛି।
ଏହାସହ ରୁପା ଦାମ୍ ମଧ୍ୟ ବୃଦ୍ଧି ପାଇଛି। ୧୦୦ ଗ୍ରାମ୍ ରୁପା ଦାମ୍ ଆଜି ୧୦,୭୦୦ ଟଙ୍କା ଥିବା ବେଳେ ଗତକାଲି ଏହା ୧୦,୬୦୦ ଟଙ୍କା ଥିଲା । ରୁପା ୧୦୦ ଟଙ୍କା ବୃଦ୍ଧି ପାଇଛି।