କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…

0

ଆଇଜୋଲ୍‌ (ଆମ ଟିଭି): ଡାକ୍ତରଙ୍କୁ ମାଡ଼ ମାରିଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ। ଏହି ଭିଡିଓ ଭାଇରାଲ୍‌ ହେବା ପରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ଏପରି ଘଟଣା ମିଜୋରମରେ ସାମ୍ନାକୁ ଆସିଛି। ଘଟଣା ଅନୁସାରେ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗାଙ୍କ ଝିଅ ଏପରି ଘଟଣା ଘଟାଇଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଝିଅର ଏପରି ବ୍ୟବହାର କରିବା ଉଚିତ ନଥିଲା ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି ତାଙ୍କ ଝିଅ ଡାକ୍ତରଙ୍କ ପାଖକୁ ଯାଇ ତାଙ୍କୁ କ୍ଷମା ମାଗିଛି। ମୁଖ୍ୟମନ୍ତ୍ରୀଙ୍କ ଝିଅ ମିଲାରି ଛାଙ୍ଗତେଙ୍କ ଭିଡିଓ ଏବେ ସାମାଜି ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହୋଇଛି ଯେଉଁଥିରେ ଜଣେ ଡାକ୍ତରଙ୍କୁ ସେ ଚାପୁଡ଼ା ମାରିବାର ଦୃଶ୍ୟ ରହିଛି।

ଅନ୍ୟପଟେ, ବୁଧବାର ଏହି ଘଟଣାକୁ ନେଇ ଡାକ୍ତରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନିନ୍ଦାକରି ଶନିବାର ୮୦୦ ରୁ ଅଧିକ ଡାକ୍ତର ବିରୋଧ ପ୍ରଦର୍ଶନ କରିଛନ୍ତି। ପ୍ରଦର୍ଶନ କରୁଥିବା ଜଣେ ଡାକ୍ତର କହିଛନ୍ତି ଛାଙ୍ଗତେ ଆଇଜୋଲରେ ଥିବା ଜଣେ ଚର୍ମରୋଗ ବିଶେଷଜ୍ଞଙ୍କ ଉପରେ ଆକ୍ରମଣ କରିଛନ୍ତି। ସମ୍ପୃକ୍ତ ଡାକ୍ତର ଛାଙ୍ଗତେଙ୍କୁ କହିଥିଲେକି ତାଙ୍କୁ ଦେଖା କରିବା ପୂର୍ବରୁ କ୍ଲିନିକରେ ପରାମର୍ଶ କରି ଆସିବାର ଥିଲା, ଫଳରେ ସେ ରାଗିଯାଇ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଡାକ୍ତରଙ୍କ ସହିତ ପୁଣିଥରେ ଏପରି ନହେଉ ବୋଲି ଆଇଏମଏର ମିଜୋରାମ ଶାଖା କହିଛି।

Leave A Reply

Your email address will not be published.