ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ହେଲେ Shaktikanta Das
ପୂର୍ବତନ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ମିଳିଲା ବଡ ଦାୟିତ୍ଵ। ଶକ୍ତିକାନ୍ତ ଦାସ ୬ ବର୍ଷ ପାଇଁ RBI ଗଭର୍ଣ୍ଣର ଭାବରେ କାର୍ଯ୍ୟ କରିବା ପରେ ଗତ ବର୍ଷ ଡିସେମ୍ବରରେ ଅବସର ନେଇଥିଲେ। ଏବେ ଅବସର ନେବାର କିଛି ମାସ ପରେ, ସେ ଏକ ବଡ଼ ଦାୟିତ୍ୱ ପାଇବାକୁ ଯାଉଛନ୍ତି। ବର୍ତ୍ତମାନ ପ୍ରମୋଦ କୁମାର ମିଶ୍ର (ପିକେ ମିଶ୍ର) ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଅଛନ୍ତି। ତାଙ୍କ ସହିତ ଶକ୍ତିକାନ୍ତ ଦାସ ମଧ୍ୟ ମୁଖ୍ୟ ସଚିବ ଭୂମିକାରେ ନଜର ଆସିବେ। ଶକ୍ତିକାନ୍ତ ଦାସ ୧୯୮୦ ବ୍ୟାଚର ଜଣେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ।