ହାଇକୋର୍ଟ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର
ଭୁବନେଶ୍ୱର (ଆମ ଟିଭି): ହାଇକୋର୍ଟ ଗଲେ ପ୍ରକୃତି ମିଶ୍ର । ଏତଲା ଉପରେ କାର୍ୟ୍ୟାନୁଷ୍ଠାନ ହେଉନଥିବାରୁ ହାଇକୋର୍ଟ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ବାବୁଶାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶ୍ୱଶୁରଙ୍କ ନାଁରେ ଏତଲା ଦେଇଥିଲେ। ହେଲେ ସେମାନଙ୍କ ବିରୋଧରେ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଯେଉଁଥିପାଇଁ ଆଜି ପ୍ରକୃତି ହାଇକୋର୍ଟ ଯାଇଥିବା ଜଣାପଡ଼ିଛି। ହାଇକୋର୍ଟଙ୍କ ଦ୍ୱାରସ୍ଥ ନେଇ ପ୍ରକୃତି ମିଶ୍ର କହିଛନ୍ତି, ମୋ’ ସାଙ୍ଗରେ ନ୍ୟାୟ କି ଅନ୍ୟାୟ ହୋଇଛି, ତାହା ସମସ୍ତେ ଦେଖିଛନ୍ତି। ମୋର କୋର୍ଟ ଉପରେ ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ରହିଛି। ମୋତେ ନ୍ୟାୟ ନିଶ୍ଚିତ ମିଳିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କିଛିଦିନ ତଳେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁଶାନ୍ ଗୋଟିଏ କାରରେ ଯାଉଥିଲେ। ତେବେ ସେମାନଙ୍କୁ ବିଚ୍ ରାସ୍ତାରେ ବାବୁଶାନଙ୍କ ପତ୍ନୀ ତୃପ୍ତି ଅଟକାଇ ମାଡ଼ ମାରିଥିଲେ। ଏପରିକି ପ୍ରକୃତିଙ୍କ ଚୁଟି ଟାଣି ମାଡ଼ ମାରୁଥିବା ବେଳର ଭିଡିଓ ଭାଇରାଲ୍ ହୋଇଥିଲା। ଏହି ଘଟଣାକୁ ନେଇ ପ୍ରକୃତିଙ୍କ ବାପା ମା’ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେଣୁ ଏହି ଅଭିଯୋଗକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନ ନେବାରୁ ସେ ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ।