ଏଣିକି ଆଉ ଯିବାକୁ ପଡିବନି ରାଜସ୍ବ ଅଫିସ : ଘରେ ବସି ପାଇପାରିବେ ସାର୍ଟିଫିକେଟ

0

ରାଜସ୍ୱ ବିଭାଗର ବଡ଼ ନିଷ୍ପତ୍ତି  ।  ଏପ୍ରିଲରୁ ଆରମ୍ଭ ହେବ ରାଜସ୍ୱ ବିଭାଗର ନୂଆ ଆପ୍‌  ।  ଆଉ ଯିବାକୁ ପଡିବନି ରାଜସ୍ୱ ଅଫିସ ।  ଘରେ ବସି ପାଇ ପାରିବେ ସାର୍ଟିପିକେଟ । ଅବହେଳା କଲେ ଧରା ପଡିବେ ଅଧିକାରୀ  ।  ଏବେ ଜାତି ପ୍ରମାଣପତ୍ର, ଇନକମ ସାର୍ଟିଫିକେଟ, ରେସିଡେଣ୍ଟାଲ ସାର୍ଟିଫିକେଟ ପାଇଁ ଆଉ ତହସିଲ ଅଫିସକୁ ଯାଇ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ିବନି  ।  ଘରେ ବସି ମୋବାଇଲରେ ସାର୍ଟିଫିକେଟ ପାଇଁ ଆବେଦନ କରିହେବ ।

ଏଥିପାଇଁ ଆସନ୍ତା ଏପ୍ରିଲ ମାସରେ ଏକ ସ୍ୱତନ୍ତ୍ର ଆପ ଉନ୍ମୋଚନ କରିବାକୁ ଯାଉଛି ରାଜସ୍ୱ ବିଭାଗ  ।  ମୋବାଇଲେ କେଉଁ ବ୍ୟକ୍ତି, କେଉଁ ସମୟ, କେଉଁଠାରୁ ଓ କେଉଁ ଯୋଜନା ପାଇଁ ଆବେଦନ କଲେ ସମସ୍ତ ତଥ୍ୟ ପଞ୍ଜିକୃତ ହେବ  ।  କେଉଁ ସାର୍ଟିଫିକେଟ କେତେ ସମୟରେ ମିଳିବ ସେଥିପାଇଁ ସମୟ ଧାର୍ଯ୍ୟ ହେବ  ।  ନିର୍ଦ୍ଦିଷ୍ଟ ସମୟରେ ସାର୍ଟିଫିକେଟ ନମିଳିଲେ ରାଜସ୍ୱ ବିଭାଗକୁ ସୂଚନା ଆସିଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ।

Leave A Reply

Your email address will not be published.