ରେଭେନ୍ସା ବିଶ୍ବ ବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗ : ଗୃହରେ ଲିଖିତ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

0

ରେଭେନ୍ସା ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ନଥିବା କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ । ଗତ ଅଗଷ୍ଟରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ଦେଖାଦେଇଥିଲା ତୁମ୍ଭିତୋଫାନ । ରେଭେନ୍ସାର ନାମ ପରିବର୍ତ୍ତନକୁ ନେଇ ବିଭିନ୍ନ ସ୍ତରରେ ପ୍ରତିବାଦ ଆନ୍ଦୋଳନ ସହ ବିତର୍କ ସଭା ହୋଇଥିଲା । ଏବେ କିନ୍ତୁ ରେଭେନ୍ସା ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ନଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।

୧୮୬୮ ମସିହାରେ ରେଭେନ୍ସା କଲେ ପ୍ରତିଷ୍ଠା ହୋଇଥିବା ବେଳେ ୨୦୦୬ ନଭେମ୍ୱର ୧୫ ତାରିଖରେ ଏହା ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିଲା । ସୂଚନା ଅନୁଯାୟୀ ୧୮୬୬ର ନ’ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ କଟକଠାରେ ଏକ କଲେଜ ଗଢିବାର ଯୋଜନା କରିଥିଲେ । ଶେଷରେ ସେତେବେଳର ଓଡ଼ିଶା ଡିଭିଜନ ମୁଖ୍ୟ ଥିବା ‘ଥୋମାସ ରେଭେନ୍ସା’ , ବଙ୍ଗ ସରକାରଙ୍କୁ ଓଡ଼ିଶାର ଛାତ୍ର ଛାତ୍ରୀଙ୍କ ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ ଓ କଟକର ଜିଲ୍ଲା ସ୍କୁଲଠାରେ ଏକ କଲିଜିଏଟ କ୍ଳାସ ଆରମ୍ଭ କରିବାର ଅନୁମତିବି ପାଇଗଲେ ।

ଏହିପରି ଭାବେ ୬ ଜଣ ଛାତ୍ରଙ୍କୁ ନେଇ ୧୮୬୮ରେ କଟକରେ ଓଡ଼ିଶାର ପ୍ରଥମ କଲେଜ ଆରମ୍ଭ ହେଲା । ୨୦୦୬ ମସିହା ନଭେମ୍ବର ୧୫ ତାରିଖରେ ରେଭେନ୍ସା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା । ଥୋମାସ ଏଡୱାଡ ରେଭେନ୍ସା ଏହି ମହାବିଦ୍ୟାଳୟର ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ , ସମ୍ପୂର୍ଣ୍ଣ ଏକକ ଓଡିଶା ଗଠନ, ଓଡ଼ିଆ ଜାତୀୟତାବାଦର ସମ୍ପ୍ରସାରଣ, ସବୁଜ ସାହିତ୍ୟଠାରୁ ଓଡ଼ିଆ ସାହିତ୍ୟର ବିକାଶ କରିବା, ଜାତୀୟତାବାଦର ବହ୍ନି ଏହିଠାରୁ ଚାରିଆଡେ ବିସ୍ତାର ହୋଇଥିଲା । କେବଳ ସେତିକି ନୁହେଁ, ଓଡ଼ିଆ ଅସ୍ମିତା, ଜାତୀୟତାବାଦ, ଓଡିଶା ସମ୍ପୂର୍ଣ୍ଣ ପ୍ରଦେଶ ଗଠନ, ଓଡ଼ିଆ ସାହିତ୍ୟର ବିକାଶରେ ରେଭେନ୍ସା ଏବଂ ରେଭେନ୍ସାର ଛାତ୍ର ମାନଙ୍କର ଭୂମିକା ବେଶ ଗୁରୁତ୍ୱର ଥିଲା। ଭାରତଛାଡ଼ ଆନ୍ଦୋଳନ ଏହିଠାରୁ ହିଁ ଆରମ୍ଭ ହୋଇଥିଲା । ୧୯୪୨ ଅଗଷ୍ଟ ମାସରେ ରେଭେନ୍ସା ଟେନିସ କୋର୍ଟଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ।

 

 

Leave A Reply

Your email address will not be published.