ଚୀନକୁ କ୍ରିକେଟ ଶିଖାଇବ ଭାରତ, କୋଲକାତାରେ ଖେଳାଳି ନେବେ ଟ୍ରେନିଂ
ନୂଆଦିଲ୍ଲୀ(ଆମ ଟିଭି): ଚୀନକୁ କ୍ରିକେଟ ଶିଖାଇବ ଭାରତ। କ୍ରିକେଟ ମଇଦାନରେ ଦୁଇ ଦେଶ ଏକାଠି ନଜର ଆସିପାରନ୍ତି । ଭାରତ ବର୍ତ୍ତମାନ ଚୀନକୁ କ୍ରିକେଟ ଖେଳ ଶିଖାଇବ । ଏଥିପାଇଁ ଉଭୟ ଦେଶ ରାଜି ମଧ୍ୟ ହୋଇଛନ୍ତି । ଚୀନର କାଉନସିଲ ଜେନେରାଲଙ୍କ ଦ୍ୱାରା ବେଙ୍ଗଲ କ୍ରିକେଟ ଆସୋସିଏସନକୁ ଗୋଟିଏ ପ୍ରସ୍ତାବ ଦିଆଯାଇଛି । ଏଥିରେ ଚୀନରେ କ୍ରିକେଟକୁ ଆଗକୁ ବଢାଇବା ପାଇଁ ସହଯୋଗ ଲୋଡାଯାଇଛି । ଖବର ସରବରାହ ସଂସ୍ଥା ଏଏନଆଇର ତଥ୍ୟ ଅନୁସାରେ, ଚୀନର ତିନି ଅଧିକାରୀ ବେଙ୍ଗଲ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଅଭିଶେଖ ଡାଲମିଆଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ କ୍ରିକେଟ ବାବଦରେ ଜାଣିବା ସହ ସେମାନେ ନିଜ ଦେଶରେ କ୍ରିକେଟକୁ କେମିତି ଆଗକୁ ନିଆଯାଇପାରିବ ସେନେଇ ସହଯୋଗ ଲୋଡିଥିଲେ ।
ଅଭିଶେଖ ଡାଲମିଆ ଏହି ସାକ୍ଷାତକୁ ନେଇ କହିଛନ୍ତି, ଚୀନ ପ୍ରତିନିଧିମଣ୍ଡଳି ଆମ ସହିତ ସାକ୍ଷାତ କରିଛନ୍ତି । ଚୀନର ଚଂଗକ୍ୟୁଙ୍ଗ ସହରରେ କ୍ରିକେଟର ସୁବିଧା ସୁଯୋଗ ଯୋଗାଇଦେବାକୁ ସେମାନେ କହିଛନ୍ତି । ସେଠାରେ କ୍ରିକେଟକୁ ଆଗକୁ ବଢାଇବାକୁ ସେମାନେ ଇଚ୍ଛୁକ ଅଛନ୍ତି, ଆମେ ତାଙ୍କୁ ଭରସା ଦେଇଛୁ । ଏହା ଭଲ କଥା ଯେ ଚୀନ ମଧ୍ୟ କ୍ରିକେଟକୁ ପସନ୍ଦ କରୁଛି । ସିଏବି ଚେୟାରମ୍ୟାନ କହିଛନ୍ତି, ଆମେ ଏହା ପୂର୍ବରୁ ଭୁଟାନ କ୍ରିକେଟ, ବାଂଲାଦେଶ କ୍ରିକେଟ ବୋର୍ଡକୁ ସହଯୋଗ କରିଛୁ । ତାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରିଛୁ । ସେମାନେ ଚାହୁଁଛନ୍ତି ନୂଆ ଖେଳାଳୀଙ୍କୁ ବିଭିନ୍ନ ପ୍ରକାରରେ ସୁଯୋଗ ମିଳୁ ।