ସେପ୍ଟେମ୍ବରରେ ପ୍ରେକ୍ଷାଳୟକୁ ଆସିବ ନୂଆ ଓଡିଆ ଚଳଚ୍ଚିତ୍ର ‘ଏଇ ବୋଧେ ଭଲପାଇବା’

0

ଭୁବନେଶ୍ବର(ଆମ ଟିଭି): ପ୍ରେକ୍ଷାଳୟ ଆଡ଼କୁ ଅଗ୍ରସର ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏଇ ବୋଧେ ଭଲପାଇବା’। ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସଙ୍କ ନିଜସ୍ବ କାହାଣୀକୁ ନେଇ କଳିଙ୍ଗ ସୂର୍ଯ୍ୟ ସିନେ ପ୍ରଡକ୍ସନ୍ ପ୍ରସ୍ତୁତ କରିଥିବା ଏଇ ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ଏଇ ବୋଧେ ଭଲପାଇବା’।

ଏହାର ପ୍ରଯୋଜନା କରିଛନ୍ତି ଆଲେକ୍‌ଜାଣ୍ଡର ଦାସ ଓ ସିଦ୍ଧାର୍ଥ ପାତ୍ର। ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମ୍‌ଦାର।ସଂଳାପ ରଚନା କରିଛନ୍ତି ଡ ରଜନୀ ରଞ୍ଜନ। ଏଥିରେ ନାୟକ ଭୂମିକାରେ ଦୀପକ ଓ ନାୟିକା ଭୂମିକାରେ ଅଛନ୍ତି ଅନୁଭା। ଏମାନଙ୍କ ବ୍ୟତୀତ ସରୋଜ ଦାସ, ନନ୍‌ସେନ୍ସ ମଣି, ପ୍ରତିଭା ପଣ୍ଡା, ମଧୁ, ନମିତା ପ୍ରମୁଖଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ପ୍ରଡକ୍ସନ୍ ଡିଜାଇନର ଚିତ୍ତରଂଜନ ଆଚାର୍ଯ୍ୟ ଏବଂ ଡିଓପି ଦାୟିତ୍ବ ନିର୍ବାହ କରିଛନ୍ତି ଅଜିତ କିଶୋର ଦାସ।

Leave A Reply

Your email address will not be published.