‘ଦ କାଶ୍ମୀର ଫାଇଲ୍ସ’ର ରେକର୍ଡ ଭାଙ୍ଗିଲା ‘ଲାଲ୍ ସିଂହ ଚଡ୍ଡା’
ମୁମ୍ବାଇ (ଆମ ଟିଭି): ଆନ୍ତଃର୍ଜାତୀୟ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି ଫିଲ୍ମ ‘ଲାଲ ସିଂହ ଚଡ୍ଡା’ । ଏହି ଫିଲ୍ମ ରିଲିଜ ପୂର୍ବରୁ ଏହାକୁ ବୟକଟ୍ କରିବାକୁ ଦାବି ହେଉଥିବା ବେଳେ ବର୍ତ୍ତମାନ ଏହାକୁ ଟ୍ରୋଲ କରାଯାଉଛି । ଲାଲ ସିଂହ ଚଡ୍ଡା ଚଳଚିତ୍ରକୁ ଭାତରରେ ପସନ୍ଦ କରିନଥିବା ବେଳେ ଏହା ବକ୍ସ ଅଫିସରେ ମଧ୍ୟ ଭଲ ରୋଜଗାର କରି ପାରିନାହିଁ । କିନ୍ତୁ ବିଦେଶରେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିସହିତ ଇଣ୍ଟରନେସନାଲ ବକ୍ସ ଅଫିସରେ ଲାଲ ସିଂହ ଚଡ୍ଡା ଅନକେ ଫିଲ୍ମକୁ ଫଛରେ ପକାଇ ରେକର୍ଡ ସୃଷ୍ଟି କରିଛି । ଏତତ୍ ବ୍ୟତୀତ ହଲିଉଡ୍ ଫିଲ୍ମ ଫରେଷ୍ଟ ଗମ୍ପର ହିନ୍ଦି ରିମେକ୍ ଲାଲ ସିଂହ ଚଡ୍ଡା ୨୦୨୨ରେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରିଥିବା ହିନ୍ଦି ଫିଲ୍ମ । ଏହି ଫିଲ୍ମ ଗଙ୍ଗୁବାଇ କାଠିଆୱାଡି, ଭୁଲ୍ ଭୁଲେୟା-୨ ଏବଂ ଦ କାଶ୍ମୀର ଫାଇଲ୍ସ ପରି ହିଟ୍ ଫିଲ୍ମକୁ ପଛରେ ପକାଇ ଦେଇଛି । ଏଥିସହିତ କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରିଛି ।
ଲାଲ ସିଂହ ଚଡ୍ଡା ରିଲିଜର ପ୍ରଥମ ସପ୍ତାହରେ ହିଁ ଇଣ୍ଟରନେସନାଲ ବକ୍ସ ଅଫିସରେ ୭.୫ ମିଲିୟନ ଡଲାର ଅର୍ଥାତ୍ ୫୯ କୋଟି ଟଙ୍କା ରୋଜଗାର କରିଥିଲା । ଯାହାକି ଗଙ୍ଗୁବାଇ କାଠିଆୱାଡି, ଭୁଲ୍ ଭୁଲେୟା-୨ ଏବଂ ଦ କାଶ୍ମୀର ଫାଇଲ୍ସ ଫିଲ୍ମ ଠାରୁ ମଧ୍ୟ ଅଧିକ ଥିଲା । ତେବେ ଲାଲ ସିଂହ ଚଡ୍ଡା ଭାରତୀୟ ବକ୍ସ ଅଫିସରେ ୫୫ କୋଟି ଟଙ୍କା ରୋଜଗାର କରିଛି । ଏହି ଫିଲ୍ମକୁ ପ୍ରସ୍ତୁତ କରିବା ପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହା ୱାର୍ଲ୍ଡ ୱାଇଡ ବକ୍ସ ଅଫିସରେ ବର୍ତ୍ତମାନ ସୁଦ୍ଧା ୧୨୬ କୋଟି ଟଙ୍କା ରୋଜଗାର କରିଛି । ଭାରତରେ ଏହି ଫିଲ୍ମକୁ ନେଇ ବିବାଦ ବଢୁଥିବା ବେଳେ ଆନ୍ତଃର୍ଜାତୀୟ ସ୍ତରରେ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି ।