ଭୁବନେଶ୍ୱର (ଆମ ଟିଭି) : ରାଜ୍ୟରେ ପୁଣି ଉପର ମୁହାଁ ତାତି। ଉପକୂଳ ଜିଲ୍ଲାରେ ତାତି ସହ ଅହସ୍ୟ ଗୁଳୁଗୁଳି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଗରମରୁ ନିସ୍ତାର ନାହିଁ। ପାଞ୍ଚଦିନ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଲା ପାଣିପାଗ ବିଭାଗ। ଆଜି ରାଜଧାନୀ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱର ୩୯.୪ ଡିଗ୍ରୀ ସେଲସିଅସ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି।
ସେହିପରି ହୀରାକୁଦରେ ୩୮.୪, ଚାନ୍ଦବାଲି ଓ ବାଲେଶ୍ୱର ୩୮, ଝାରସୁଗୁଡା ଓ ସମ୍ବଲପୁରରେ ପାରଦ ୩୯ ଡିଗ୍ରୀ ରେକର୍ଡ କରାଯାଇଛି। ମୌସୁମୀ ହଜିବା ସହ ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ପ୍ରକୋପ । ତାପମାତ୍ରା ପ୍ରାୟ ୨ରୁ ୪ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଯାଏଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ମୌସୁମୀ ନଥିବା ଯୋଗୁ ରାଜ୍ୟରେ ମେଘମୁକ୍ତ ଆକାଶର ପ୍ରଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ସହ ଗୁଳୁଗୁଳି ବଢ଼ିଛି।