ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ପରଖୁଛନ୍ତି ମୁଖ୍ୟମନ୍ତ୍ରୀ । ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦକ୍ଷିଣ ଓଡ଼ିଶା ବନ୍ୟା ସ୍ଥିତି ପରିଦର୍ଶନ କରୁଛନ୍ତି । SRC ରାଜେଶ ପ୍ରଭାକର ପାଟିଲ୍ ମଧ୍ୟ ଏହି ସ୍ଥିତି ସମୀକ୍ଷା କାର୍ଯ୍ୟକ୍ରମରେ ସାମିଲ ।
ଆକାଶମାର୍ଗରୁ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତି ପରଖୁଛନ୍ତି ମୁଖ୍ୟମନ୍ତ୍ରୀ । ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ, ରାଜସ୍ବମନ୍ତ୍ରୀ ଓ ଏସଆରସି ସମ୍ପୂର୍ଣ୍ଣ ବନ୍ୟା ସ୍ଥିତିର ସମୀକ୍ଷା କରୁଛନ୍ତି । କୋରାପୁଟ ଜିଲ୍ଲାର କୋଟପାଡ଼ଠାରେ ବନ୍ୟା ସ୍ଥିତି ସମୀକ୍ଷା କରିବା ସହ ଜୟପୁରଠାରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି l ଜନସାଧାରଣଙ୍କୁ ସମସ୍ତ ପ୍ରକାର ସେବା ଏବଂ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ କାର୍ଯ୍ୟରତ ।