ନୂଆ ଓଡ଼ିଆ ଚଳଚ୍ଚିତ୍ର “ତୃଷ୍ଣା” ର ଅଡିଓ ଲୋକାର୍ପିତ

0

ଭୁବନେଶ୍ୱର (ଆମ ଟିଭି): ଆମର ମ୍ୟୁଜିକ ଓ ନବୀନ ଭଣ୍ଡାରୀଙ୍କ ମିଳିତ ପ୍ରଯୋଜନା ରେ ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ତୃଷ୍ଣା” ର ଅଡିଓ ରିଲିଜ୍ ଭୁବନେଶ୍ୱର ର ଏକ ତାରକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅଡିଓ ଲୋକାର୍ପଣ ଉତ୍ସବରେ ଆମର ମ୍ୟୁଜିକ ର ଡିଜିଟାଲ୍‌ ମୁଖ୍ୟ ସୁରଜ ମହାନତା,କଣ୍ଟେଟ୍ ଅଧିଗ୍ରହଣ ମୁଖ୍ୟ ଦେବାଶିଷ ପଣ୍ଡା, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ, ଗୀତିକାର ଡକ୍ଟର ନିର୍ମଳ ନାୟକ, କୁମାରଶ୍ରୀ ସାହୁ, ଓଲିଉଡ୍ କ୍ରି୍ଏଟିଭ ହେଡ଼ ତଥା ମିଡ଼ିଆ ପ୍ଳାନର ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ l

ଚଳଚ୍ଚିତ୍ର ଟି ଆସନ୍ତା ନଭେମ୍ବର ମାସରେ ଶୁଭମୁକ୍ତି ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଜଣା ପଡିଛି l ଚଳଚ୍ଚିତ୍ରରେ ସ୍ୱରର ଯାଦୁଗର ତଥା ଯୁବପିଢ଼ି ଙ୍କ ପ୍ରଥମ ପସନ୍ଦର ଗାୟକ ଗାୟିକା ଯଥା : ସ୍ୱୟଂ ପାଢ଼ୀ, ଗୌରବ ଆନନ୍ଦ, କୁଲଦୀପ, ଈଶ୍ୱରୀ, ରୂପକ ପ୍ରମୁଖ କଣ୍ଠଦାନ କରିଛନ୍ତି l ଆମର ମ୍ୟୁଜିକ ର “ମାଲ ମହୂ ଜୀବନ ମାଟି” ଚଳଚ୍ଚିତ୍ର ସୁପରହିଟ ହୋଇଥିବା ବେଳେ “ତୃଷ୍ଣା” ବି ବେଶ୍ ଲୋକାଦୃତ ହେବ ବୋଲି ଟିମ୍ ପକ୍ଷରୁ‌ ଆଶା ପ୍ରକଟ କରାଯାଇଛି l “ତୃଷ୍ଣା” ଚଳଚ୍ଚିତ୍ର ରେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସମରେଶ, ଲିପ୍ସା ମିଶ୍ର, ସୂର୍ଯ୍ୟମୟୀ, ଶୈଳେନ୍ଦ୍ର, ଜ୍ୟୋତିପ୍ରକାଶ ପଣ୍ଡା, ଅଭିଷେକ ଗିରି, ବିଘ୍ନେଶ ପଣ୍ଡା, ରତନ ମେହେର, ଧୀର ମଲ୍ଲିକ, ରବି ମିଶ୍ର, ଜୀବନ ପଣ୍ଡା, ଋଷି ପଟ୍ଟନାୟକ, କ୍ରିଷ୍ଣାପ୍ରିୟା, ବିଶ୍ୱଜିତ ପଣ୍ଡା ଭଳି ଲୋକପ୍ରିୟ କଳାକାର ମାନେ ଅଭିନୟ କରିଛନ୍ତି l ଚଳଚ୍ଚିତ୍ର ର ଗୀତ ଗୁଡିକ ଆମର ମ୍ୟୁଜିକ ୟୁଟୁବ୍ ଚ୍ୟାନେଲ ରେ ଆଜିଠାରୁ ଦେଖିପାରିବେ l

Leave A Reply

Your email address will not be published.