ଶ୍ରୀମନ୍ଦିର ଅରୁଣ ସ୍ତମ୍ବରେ ଫାଟ: ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ
ପୁରୀ (ଆମ ଟିଭି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ । ଶ୍ରୀମନ୍ଦିର ଜଗମୋହନ ଓ ଗର୍ଭଗୃହରେ ଫାଟ ପରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ ହୋଇଥିବା ଜଣାପଡ଼ିଛି। ଗୋଟିଏ କଳା ମୁଗୁନି ପଥରରେ ନିର୍ମିତ ଏହି ସ୍ତମ୍ଭରେ ଦେଖାଦେଇଛି ଫାଟ। କିଭଳି ଭାବେ ଏହି ସ୍ତମ୍ଭରେ ଫାଟ ସୃଷ୍ଟି ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଭବିଷ୍ୟତରେ ଏହି ଫାଟ ଅରୁଣ ସ୍ତମ୍ଭ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।
ଅରୁଣ ସ୍ତମ୍ଭଟି ଗୋଟିଏ କଳା ମୁଗୁନି ପଥରରେ ନିର୍ମିତ ହୋଇଥିବା ବେଳେ ଏଥିରେ ଉତ୍କଳୀୟ ପ୍ରସ୍ତର କାରୁକାର୍ୟ୍ୟ ଭକ୍ତଙ୍କ ମନରେ ଧର୍ମ ଭାବନାକୁ ଜାଗ୍ରତ କରୁଛି। ଏହି ସ୍ତମ୍ଭଟି ଭୂମି ଠାରୁ ପ୍ରାୟ ୧୭ ଫୁଟ ଉଚ୍ଚରେ ପୂର୍ବ ମୁହାଁ ହୋଇ ଠିଆ ହୋଇଛି। ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନରେ ଆସୁଥିବା ଭକ୍ତମାନେ ପ୍ରଥମେ ଅରୁଣ ସ୍ତମ୍ଭକୁ ଦର୍ଶନ କରିବା ପରେ ସିଂହଦ୍ଵାର ଦେଇ ଭିତରକୁ ପ୍ରବେଶ କରିଥାନ୍ତି।