ଏଥର ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
କଟକ(ଆମ ଟିଭି): ଏଥର ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ବିକୃତ ଗଣେଶ ମୂର୍ତ୍ତି ନିର୍ମାଣକୁ ନେଇ ହାଇକୋର୍ଟଙ୍କ ନିର୍ଦେଶ ପରେ କଟକ ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି। ଉଭୟ ମୂର୍ତ୍ତି କାରିଗର ଓ କ୍ଲବଗୁଡିକୁ ତାଗିଦ ଡିସିପି କରିଛନ୍ତି । ପୋଲିସ ସବୁବେଳେ
ଏପରି ମୂର୍ତ୍ତି ନିର୍ମାଣ ନ କରିବା ପାଇଁ ଅନୁରୋଧ କରି ଆସିଛି। ଏଥିରେ ବ୍ୟତିକ୍ରମ ଦେଖିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ। ଯଦି ଏପରି ମୂର୍ତ୍ତି ପୂଜା ପେଣ୍ଡାଲ ରେ ପ୍ରତିଷ୍ଠା କରିବାକୁ କେହି ଯାଉଛନ୍ତି ଏଥରୁ ନିବୃତ୍ତ ରହିବାକୁ ସେ କହିଛନ୍ତି । ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଭଳି ପଦକ୍ଷେପକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ ବୋଲି ଡିସିପି କହିଛନ୍ତି।