କନ୍ନଡ ସ୍କୁଲ ବହିରେଲେଖା ଅଛି ବୁଲବୁଲ ପକ୍ଷୀ ଉପରେ ବସି ପ୍ରତିଦିନ ଜେଲରୁ ବାହାରୁଥିଲେ ସାବରକର

0

ବେଙ୍ଗାଲୁରୁ(ଆମ ଟିଭି): ଦକ୍ଷିଣପନ୍ଥୀ ନେତା ବିନାୟକ ଦାମୋଦର ସାବରକଙ୍କୁ ପ୍ରଶଂସା କରି ପ୍ରସ୍ତୁତ ହୋଇଛି ବହି। କର୍ଣ୍ଣାଟକା ସରକାର ୮ମ ଶ୍ରେଣୀ ପିଲାଙ୍କ ପାଠ୍ୟ ପୁସ୍ତକରେ ସାବରକଙ୍କ ପ୍ରଶଂସା କରି ଗୋଟିଏ ବିଷୟବସ୍ତୁକୁ ସ୍ଥାନ ଦେଇଛନ୍ତି। କିନ୍ତୁ ଏଥିରେ ଏମିତି କିଛି ବିଷୟ ରହିଛି, ଯାହା ଆଶ୍ଚର୍ଯ୍ୟଜନକ ଓ ବିବାଦୀୟ ହୋଇପଡ଼ିଛି। ବିବାଦ ଭିତରେ ଥିବା ପାଠ୍ୟ ପୁସ୍ତକଟି ଗୋଟିଏ ଦ୍ୱିତୀୟ ଭାଷାର ବହି ଓ ଏହା ଲୋକଙ୍କ ପାଇଁ କର୍ଣ୍ଣାଟକା ଟେକ୍ସଟ ବୁକ ସୋସାଇଟିର ୱେବସାଇଟରେ ଏଯାଏ ଉପଲବ୍ଧ ହୋଇନାହିଁ। ତେବେ ବହିରେ ସାବରକଙ୍କୁ ପ୍ରଶଂସାରେ ପୋତି ଦିଆଯାଇଛି। ଏହି ଦକ୍ଷିଣପନ୍ଥୀ ନେତା ଜଣଙ୍କ ଇଂରେଜ ମାନଙ୍କୁ କ୍ଷମା ମାଗି ଜେଲରୁ ଖଲାସ ହୋଇଥିବା ଇତିହାସରେ ବର୍ଣ୍ଣିତ ଥିବା ଅନେକ ଲୋକ କହୁଛନ୍ତି। ହେଲେ ତାଙ୍କ ସପକ୍ଷବାଦୀମାନେ ଏହା ମାନିବାକୁ ପ୍ରସ୍ତୁତ ନାହାନ୍ତି। ସେ ଜଣେ ସଚ୍ଚା ସ୍ୱାଧୀନତା ସଂଗ୍ରାମୀ ଥିଲେ ବୋଲି ବିଭିନ୍ନ ଦକ୍ଷିଣପନ୍ଥୀ ସଂଗଠନ ମତ ରଖିଛନ୍ତି।

ଏସବୁ ଭିତରେ କର୍ଣ୍ଣାଟକା ସରକାର ସାବରକରଙ୍କ ସମ୍ପର୍କରେ ଗୋଟିଏ ବିଷୟବସ୍ତୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିଛନ୍ତି। ଏହି ବିଷୟବସ୍ତୁର ଗୋଟିଏ ପାରାରେ ଲେଖାଯାଇଛି ଯେ “ସାବରକର ବନ୍ଦୀ ହୋଇ ରହିଥିବା ଜେଲରେ ଗୋଟିଏ ହେଲେ ବି କଣା କିମ୍ବା ଗାତ ନଥିଲା। କିନ୍ତୁ ବୁଲବୁଲ ପକ୍ଷୀ ସାବରକର ରହୁଥିବା ଉକ୍ତ ବନ୍ଦ କୋଠରୀକୁ ଯାଉଥିଲା। ସାବରକର ପକ୍ଷୀର ଡେଣାରେ ବସି ଜେଲ ବାହାରକୁ ଆସୁଥିଲେ। ଏଥିସହ ପ୍ରତିଦିନ ନିଜ ଜନ୍ମଭୂମିରେ ବୁଲୁଥିଲେ।” କନ୍ନଡ ଲେଖକ କେଟି ଗତ୍ତି ଏହି ବିବାଦୀୟ ପୁସ୍ତକକୁ ଲେଖିଛନ୍ତି।

Leave A Reply

Your email address will not be published.