ଅକ୍ଟୋବର ୧୨ ରେ ପରଦାକୁ ଆସିବ ନୂଆ ଚଳଚ୍ଚିତ୍ର ତୃଷ୍ଣା
ଭୁବନେଶ୍ବର(ଆମ ଟିଭି): ଚଳଚ୍ଚିତ୍ର ‘ତୃଷ୍ଣା’ ର ସୁଟିଂ ସରିଥିବା ବେଳେ ଏହାର ଅଡିଓ ମଧ୍ୟ ରିଲିଜ ହୋଇ ସାରିଛି । ଆମର ମ୍ୟୁଜିକ ଓ ନବୀନ ଭଣ୍ଡାରୀଙ୍କ ମିଳିତ ପ୍ରଯୋଜନାରେ ଚଳଚ୍ଚିତ୍ର ଟି ପ୍ରସ୍ତୁତ ହୋଇଛି। ଚଳଚ୍ଚିତ୍ରଟି ଆସନ୍ତା ଅକ୍ଟୋବର ମାସ ୧୨ ତାରିଖରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଚଳଚ୍ଚିତ୍ର ର ଡିଜିଟାଲ ମୁଖ୍ୟ ସୁରଜ ମହାନତା, କଣ୍ଟେଟ ଅଧିଗ୍ରହଣ ମୁଖ୍ୟ ଦେବାଶିଷ ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ , ଗୀତିକାର ଡକ୍ଟର ନିର୍ମଳ ନାୟକ, କୁମାରଶ୍ରୀ ସାହୁ, ଓଲିଉଡ କ୍ରିଏଟିଭ ହେଡ ପ୍ରଣୟ ଜେଠୀ ଦାୟିତ୍ବରେ ଅଛନ୍ତି । ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ସ୍ୱୟଂ ପାଢୀ, ଗୌରବ ଆନନ୍ଦ, କୁଲଦୀପ, ଈଶ୍ୱରୀ, ରୂପକ । ‘ତୃଷ୍ଣା’ ଚଳଚ୍ଚିତ୍ରରେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସମରେଶ , ଲିପ୍ସା ମିଶ୍ର, ସୂର୍ଯ୍ୟମୟୀ, ଶୈଳେନ୍ଦ୍ର, ଜ୍ୟୋତିପ୍ରକାଶ ପଣ୍ଡା, ଅଭିଷେକ ଗିରି, ବିଘ୍ନେଶ ପଣ୍ଡା, ରତନ ମେହେର, ଧୀର ମଲ୍ଲିକ, ରବି ମିଶ୍ର, ଜୀବନ ପଣ୍ଡା, ଋଷି ପଟ୍ଟନାୟକ, କ୍ରିଷ୍ଣାପ୍ର୍ରିୟା, ବିଶ୍ୱଜିତ ପଣ୍ଡାଙ୍କ ଭଳି ଲୋକପ୍ରିୟ କଳାକାର ମାନେ ଏଥିରେ ସୁନ୍ଦର ଅଭିନେୟ କରିଛନ୍ତି ।

ଆମର ମ୍ୟୁଜିକ ର ‘ମାଲ ମହୂ ଜୀବନ ମାଟି’ ଚଳଚ୍ଚିତ୍ର ସୁପରହିଟ୍ ହୋଇଥିବା ବେଳେ ‘ତୃଷ୍ଣା’ ଚଳଚ୍ଚିତ୍ର ଲୋକଙ୍କ ମନକୁ ଛୁଇଁବ ବେଲି ଟିମ୍ ପକ୍ଷରୁ ଆଶା କରିବା ସହ ଏହି ଚଳଚ୍ଚିତ୍ରକୁ ଖୁବ୍ସାରା ଭଲ ପାଇବା ଦେବା ପାଇଁ ଓଡିଆ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ।