ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ତେରଚ୍ଛା ବାଣ ମାରିଲେ ସମୀର ଦାସ, କହିଲେ ……

0

ଭୁବନେଶ୍ୱର (ଆମ ଟିଭି):  ନିମାପଡାରେ ଏପରି ଏକ ଘଟଣା ଘଟିଗଲା, ତାଙ୍କର ନିଜ ନିର୍ବାଚନ ମଣ୍ଡଳୀ ସେ ଆସିବାର ଉଚିତ ଥିଲା ବୋଲି କହିଛନ୍ତି ନିମାପଡାର ପୂର୍ବତନ ବିଧାୟକ ସମୀର ଦାସ। ଆଜି ଗଣମାଧ୍ୟମ ତରଫରୁ ତାଙ୍କୁ ପ୍ରଭାତୀ ପରିଡା ନ ଆସିବା ସଂପର୍କରେ ପ୍ରଶ୍ନ ପଚରାଯିବାରୁ ସେ ଏହାର ଉତ୍ତର ଦେଇଥିଲେ। ନିଜ ନିର୍ବାଚନ ମଣ୍ଡଳୀରେ ଏତେ ବଡ ଘଟଣା ଘଟିଥିଲେ ମଧ୍ୟ ପ୍ରଭାତୀ କାହିଁକି ଆସିଲେ ନାହିଁ ତାହା ସେ ଜାଣିଥିବେ। ତେବେ ସେ ଆସିବାର ଥିଲା ବୋଲି ସମୀର ଦାସ କହିଛନ୍ତି।

ସମୀର ଆହୁରି କହିଛନ୍ତି ଯେ, ମୁଁ ସେ ଅଞ୍ଚଳରେ ଯେତେବେଳେ ବିଧାୟକ ନ ଥିଲି ନେତା ଥିଲି, ବିଧାୟକ ହେବା ପରେ ମଧ୍ୟ ସେ ଅଞ୍ଚଳ ଦାୟିତ୍ବରେ ଥିଲି। ହେଲେ ଏପରି ଘଟଣା କେବେ ଘଟି ନାହିଁ। ମୁଁ ବିଧାୟକ ଥିବା ବେଳେ ଏପରି ଘଟଣା କେବେ ଘଟି ନ ଥିଲା। ଏମିତି କିଛି କଥା କହି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ତେରଚ୍ଛା ବାଣ ମାରିଛନ୍ତି ସମୀର ଦାସ।

Leave A Reply

Your email address will not be published.