ଭୁବନେଶ୍ୱର (ଆମ ଟିଭି): ଏବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର କମୁଛି । ତଳିଆ ଅଞ୍ଚଳରେ ଜମିଥିବା ପାଣି ନିଷ୍କାସନ ହେଉଛି। ଗତକାଲି ରାଜ୍ୟର କୌଣସି ସ୍ଥାନରେ ବିଶେଷ ବର୍ଷା ନାହିଁ ।
ତେଣୁ ବିପଦ ସଙ୍କେତ ତଳେ ରହିଛି ସବୁ ନଦୀର ଜଳସ୍ତର । ଏବେ ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ବନ୍ୟାଜଳ ନିଷ୍କାସନ ହେଉ ଛି। ଜଳଭଣ୍ଡାରର ଜଳସ୍ତର ରହିଛି ୬୧୪.୨୭ ଫୁଟ୍ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୭୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି।
ସେହିପରି ୩ଲକ୍ଷ ୪୦ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି । ସ୍ଥିତି ଦେଖି ପର୍ଯ୍ୟାୟକ୍ରମେ ଗେଟ୍ ବନ୍ଦ କରାଯିବ । ସେହିପରି ଏବେ ରେଙ୍ଗାଳି ଡ୍ୟାମର ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ସୂଚନା ଦେଇଛନ୍ତି ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ।