ସ୍ୱାଧୀନତା ଦିବସରେ ଅତିଥି ଭାବେ ଯୋଗଦେବେ ଡକ୍ଟର ସତ୍ୟ ନାରାୟଣ ମିଶ୍ର: ରାଷ୍ଟ୍ରପତି ଭବନରୁ ଆସିଲା ନିମନ୍ତ୍ରଣ

0

ଭୁବନେଶ୍ଵର (ଆମ ଟିଭି): ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧିନ ପୂର୍ବାଞ୍ଚଳ କ୍ଷେତ୍ର ଜାତୀୟ ଅଭିଲେଖାଗାରର ସହାୟକ ନିର୍ଦ୍ଦେଶକ ଡକ୍ଟର ସତ୍ୟ ନାରାୟଣ ମିଶ୍ରଙ୍କୁ ସ୍ୱାଧୀନତା ଦିବସରେ ଅତିଥି ଭାବେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ମିଳିଛି।

ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଜଣେ ଐତିହାସିକ, ଗବେଷକ ଓ ସ୍ତମ୍ଭକାର ଭାବରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ନିମନ୍ତ୍ରଣ ମିଳିଛି। ଡାକ ବିଭାଗ ପକ୍ଷରୁ ତାଙ୍କୁ ଏହି ସ୍ବତନ୍ତ୍ର ନିମନ୍ତ୍ରଣ ପ୍ରଦାନ କରାଯାଇଛି।

Leave A Reply

Your email address will not be published.