ନିର୍ମଳ ପାଣ୍ଡେ ସ୍ମୃତି ଫିଲ୍ମ ଫେଷ୍ଟିଭାଲ* 

0

ଆସନ୍ତା ଅଗଷ୍ଟ ୯ ଏବଂ ୧୦ ତାରିଖରେ ବଲିଉଡର ପ୍ରଖ୍ୟାତ ଅଭିନେତା ସ୍ବର୍ଗତଃ ନିର୍ମଳ ପାଣ୍ଡେଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ଦିନ ବ୍ୟାପୀ ବିଜୁ ପଟ୍ଟନାୟକ ଫିଲ୍ମ ଇନ୍ଷ୍ଟି ଟ୍ୟୁଟ୍, କଟକଠାରେ ହେବାକୁ ସ୍ଥିର ହୋଇଛି l ସେହି ଅବସରରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା ହୋଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ମୁମ୍ବାଇରୁ ଆସିଥିବା ଫେଷ୍ଟିଭାଲର ମୁଖ୍ୟ ପରିଚାଳକ ଅନିଲ ଦୁବେ, ମୁମ୍ବାଇରେ ଅବସ୍ଥାପିତ ବରିଷ୍ଠ କ୍ୟାମେରାମ୍ୟାନ ଓ ନିର୍ଦ୍ଦେଶକ ଚନ୍ଦ୍ରଶେଖର ରଥ, ଫେଷ୍ଟିଭାଲ ମୁଖ୍ୟ ତଥା ସଂରକ୍ଷକ ମୁମ୍ବାଇର ରେଖା ଗୌର, ନିର୍ମଳ ପାଣ୍ଡେଙ୍କ ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଆମୋଦ ଭଟ୍ଟ, ଶୁଭଶ୍ରୀ ଭଟ୍ଟ, ବିଜୁ ପଟ୍ଟନାୟକ ଫିଲ୍ମ ଇନ୍ଷ୍ଟିଟ୍ୟୁଟ୍ ର ଉପଦେଷ୍ଟା ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁ, ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା, ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ, ଅଭିନେତା ସୁକାନ୍ତ ରଥ, ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଫିଲ୍ମ ଫେଷ୍ଟିଭାଲ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ l ଏହି ଫେଷ୍ଟିଭାଲ ରେ ବିଭିନ୍ନ ଭାଷାଭାଷୀର ୩୦ ଟି ଚଳଚ୍ଚିତ୍ର ପ୍ରଦର୍ଶନ ହେବ l ମୁଖ୍ୟ ଚଳଚ୍ଚିତ୍ର ଭାବେ ଓଡ଼ିଆର ନିର୍ବାକ, ଆଭା, ଦମନ, ଅଦମ୍ୟ, ଅନୁଭବ ଏବଂ ଚନ୍ଦ୍ରଶେଖର ରଥ ଙ୍କର ନିର୍ଦ୍ଦେଶିତ ଡକ୍ୟୁମେଣ୍ଟାରୀ ଫିଲ୍ମ ସାଥ ଚଲନା ହି ଜୀନ୍ଦେଗୀ ହୈ ଏବଂ ଉମିଦ, ମାଇଁ ମଦର ମାଇଁ ୱାର୍ଲଡ, ଯୋଗର୍ସ ପାର୍କ, ଆଡ୍ୟୁ, ଖାରା ମୋଦକ, ନଜରୀୟା, ଡିପସ୍ଟିକ ଆଦି ଫିଲ୍ମ ସ୍କ୍ରିନିଂ ହେବାକୁ ସ୍ଥିର ହୋଇଛି l ନିର୍ମଳ ପାଣ୍ଡେ ଫିଲ୍ମ ଫେଷ୍ଟିଭାଲର ଲକ୍ଷ୍ୟ ସାରା ଭାରତର ପ୍ରତ୍ୟେକ କୋଣରେ ଏହି ଫେଷ୍ଟିଭାଲ ଅନୁଷ୍ଠିତ ହେବ ଯାହାଦ୍ୱାରା ସ୍ବର୍ଗତଃ ନିର୍ମଳ ପାଣ୍ଡେ ଙ୍କ କୃତିତ୍ୱକୁ ସମସ୍ତେ ଜାଣିପାରିବେ l

Leave A Reply

Your email address will not be published.