ଓଡ଼ିଆ ଫିଲ୍ମ “ଚ୍ୟାଲେଞ୍ଜ” ର‌ ଫାଷ୍ଟ ଲୁକ୍ କୁ ଢେରସାରା ପ୍ରଶଂସା

0

 

ପାର୍ବଣ ଋତୁରେ ଓଡିଶାବାସୀଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବାକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ଚ୍ୟାଲେଞ୍ଜ l ଦଶହରା ବୁଲା ସାଙ୍ଗକୁ ଫିଲ୍ମ ଦେଖିବାର ମଜା ଉଠାନ୍ତି ଓଡିଶାବାସୀ l ଏବେଠୁ ପ୍ରାୟ ଯୋଜନା ମଧ୍ୟ ହେଇସାରିବେଣି l ସପରିବାର ଖଣ୍ଡିଏ ଖଣ୍ଡିଏ ଟିକେଟ ଧରି ପ୍ରେକ୍ଷାଳୟକୁ ପ୍ରବେଶ କରିଥାନ୍ତି l ବିଶେଷ ଭାବରେ ଓଡ଼ିଆ ସିନେମାଟିଏ ଦେଖିବାକୁ ମନରେ ଅନେକ ଆଗ୍ରହ ଥାଏ l ଦର୍ଶକଙ୍କ ସେଇ ଆଗ୍ରହକୁ ଆଖିରେ ରଖି ପବିତ୍ର ଦଶହରାରେ ମୁକ୍ତିଲାଭ କରିବ ଚ୍ୟାଲେଞ୍ଜ l ନିକଟରେ ଚ୍ୟାଲେଞ୍ଜର ଟିଜର୍ ମୁକ୍ତିଲାଭ କରିଛି l ଟିଜର୍ କୁ ପ୍ରଥମ ଦିନରୁ ହିଁ ଅହେତୁକ ଭଲ ପାଇବା ଦେଲେଣି ଦର୍ଶକ l ଭିୟୁ ବଢିବା ସହିତ ବହୁ ମାତ୍ରାରେ ସେୟାର ମଧ୍ୟ କରୁଛନ୍ତି l ଓଲିଉଡ ଷ୍ଟାର ଅର୍ଦ୍ଧେନ୍ଦୁ ଏବଂ ବଲିଉଡ ଷ୍ଟାର ପୁନିତଙ୍କୁ ପ୍ରଥମଥର ପାଇଁ ଦର୍ଶକ ଦେଖିବେ ବୋଲି ମନରେ ଅନେକ ଆଶା ରହିଛି l ପୂର୍ବରୁ ଚଳଚ୍ଚିତ୍ରରେ ଥିବା ଭାଇ ଭଉଣୀଙ୍କ ଅନାବିଳ ସ୍ନେହ ମମତା ଉପରେ ଆଧାରିତ ରାକ୍ଷୀ ଗୀତ ରିଲିଜ୍ ହୋଇଥିଲା, ଯାହାକୁ ଦର୍ଶକ ଯଥେଷ୍ଟ ଭଲ ପାଇବା ଦେଇଥିଲେ l

ଅର୍ଦ୍ଧେନ୍ଦୁ ସାହୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଚର୍ଚ୍ଚିତ ନାଁ l ଅଭିନୟ ସହିତ ପ୍ରଯୋଜନା କ୍ଷେତ୍ରରେ ପାଦ ରଖି ଓଡ଼ିଆ ଚଳଚ୍ଚିତ୍ର ଜଗତର ଗାରିମାକୁ ସେ ବଢ଼େଇବାରେ ସହାୟ ହୋଇଛନ୍ତି l ପୂର୍ବରୁ ବ୍ଲାକମେଲ, ଅ ଆ ହର୍ଷଇ ସହିତ ଭିଲେନ୍ ଭଳି ଆକ୍ସନ୍ ଚଳଚ୍ଚିତ୍ର ନିର୍ମାଣ କରି ଓଡ଼ିଆ ଦର୍ଶକଙ୍କୁ ବହୁତ ମନୋରଞ୍ଜନ ଯୋଗାଇଛନ୍ତି l ଅର୍ଦ୍ଧେନ୍ଦୁ ଙ୍କର ଆଗାମୀ ଚ୍ୟାଲେଞ୍ଜ ଚଳଚ୍ଚିତ୍ରରେ ଆକ୍ସନ ସହିତ ଫ୍ୟାମିଲି ଡ୍ରାମା ଭରି ରହିଛି l ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରର ଏହା ୬ଷ୍ଠ ଅବଦାନ l ସବୁବେଳେ କିଛି ନୂଆ କରିବା ପାଇଁ ଚେଷ୍ଟା କରଥାନ୍ତି ଅର୍ଦ୍ଧେନ୍ଦୁ l ଚ୍ୟାଲେଞ୍ଜରେ ମଧ୍ୟ କିଛି ନୂଆ କରିବା ପାଇଁ ମହାଭାରତର ସେଇ ନାମୀ ଦାମୀ ଚରିତ୍ରରେ ଅଭିନୟ କରିଥିବା ପୁନିତ ଇସାର ଓରଫ ଦୁର୍ଯ୍ୟୋଧନଙ୍କୁ ଏକ ବଳିଷ୍ଠ ଚରିତ୍ରରେ ଦେଖିବାକୁ ମିଳିବ l ଏଲିନା ସାମନ୍ତରାୟଙ୍କୁ ଅର୍ଦ୍ଧେନ୍ଦୁଙ୍କ ବିପକ୍ଷରେ ଦେଖିବାକୁ ପାଇବେ ଦର୍ଶକେ l ନୂଆ କଥାଟି ହେଲା, ମ୍ୟୁଜିକ୍ ଭିଡିଓ ଜାଇଫୁଲର ସଫଳ ଯୋଡ଼ି ଲିପି ଓ ପୁପିନ୍ଦର ସିଂହ ଙ୍କୁ ଏକ ବିଶେଷ ଭୂମିକାରେ ଦେଖିବାକୁ ମିଳିବ l ଯୁବ ତଥା ଅଭିଜ୍ଞ ନିର୍ଦ୍ଦେଶକ ସାଇ କିରଣ ମଙ୍ଗରାଜ ଏହି ଚ୍ୟାଲେଞ୍ଜ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ନେଇଥିବା ବେଳେ, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ l ଚିତ୍ରତ୍ତୋଳନ କରିଛନ୍ତି ପ୍ରତାପ ରାଉତ, ପ୍ରଚାର ପ୍ରସାର ଓ କ୍ରିଏଟିଭ ହେଡ୍ ଅଛନ୍ତି ପ୍ରଣୟ ଜେଠୀ l ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ୍ ନାୟକ।ଦଶହରାରେ ସାରା ଓଡ଼ିଶାରେ ପ୍ରକାଶ ଫିଲ୍ମସ ଡିଷ୍ଟ୍ରିଵ୍ୟୁସନ ବ୍ୟାନରରେ ମୁକ୍ତିଲାଭ କରିବ।

Leave A Reply

Your email address will not be published.