ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ: ଘଟଣାକୁ ନେଇ ବିଭିନ୍ନ ଦଳର ଘୋର ନିନ୍ଦା
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବିରାଟ ତ୍ରୁଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ । ଜନଶୁଣାଣି ବେଳେ ରେଖା ଗୁପ୍ତାଙ୍କୁ ଚାପୁଡା ମାରିଲା ଯୁବକ । ପ୍ରଥମେ ଅଭିଯୋଗ ନେଇ ଆସିଲେ, ତାପରେ ଜୋରରେ ଚିଲେଇଲେ, ଆଉ ଶେଷରେ ଚାପୁଡ଼ା ମାରିଲେ । ହଁ ଆଜ୍ଞା, ସକାଳୁ ସକାଳୁ ଦିଲ୍ଲୀରୁ ଆସିଲା ବଡ଼ ଖବର । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ । ଜନଶୁଣାଣି ବେଳେ ରେଖା ଗୁପ୍ତାଙ୍କୁ ଚାପୁଡା ମାରିଲା ଯୁବକ । ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ସାପ୍ତାହିକ ଜନଶୁଣାଣି କରୁଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା ।
ଯେତେବେଳେ ମୁଖ୍ୟମନ୍ତ୍ରୀ ଜନଶୁଣାଣି କରୁଥିଲେ, ଜଣେ ବ୍ୟକ୍ତି ତାଙ୍କ ଅଭିଯୋଗ ନେଇ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଥିଲେ । ତେବେ ସୂଚନା ଅନୁସାରେ ୩୫ ବର୍ଷୀୟ ଯୁବକ ଜଣକ କିଛି କାଗଜ ନେଇ ମୂଖୀମନ୍ତ୍ରୀ ରେଖା ଗୁପ୍ତାଙ୍କ ପାଖରେ ପହଞ୍ଚିଲେ ଏବଂ ସେଠାରେ ଜୋରରେ ଚିଲେଇଲେ ଏବଂ ତାପରେ ହଠାତ୍ ଚାପୁଡା ମାରିଲେ । ଆକ୍ରମଣକାରୀକୁ ଗିରଫ କରି ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭାଙ୍ଗି ଏହି ଘଟଣା ଘଟିଛି । ଏବେ ସିସିଟିଭିକୁ ଯାଞ୍ଚ କରୁଛି ପୋଲିସ ।
ତେବେ କ’ଣ ପାଇଁ ଯୁବକ ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଆକ୍ରମଣ କରିଲା ତାହା ଜଣାପଡିନାହିଁ । ଅନ୍ୟପଟେ ଜନଶୁଣାଣିରେ ଉପସ୍ଥିତ ଥିବା ଲୋକମାନେ ଏହି ଘଟଣାକୁ ଆଶ୍ଚର୍ଯ୍ୟଜନକ ଓ ନିନ୍ଦନୀୟ ବୋଲି କହିଛନ୍ତି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭୁଲ । ଜନଶୁଣାଣି ପ୍ରତ୍ୟେକ ନାଗରିକର ଅଧିକାର । ଯଦି ଜଣେ ଅନୁପ୍ରବେଶକାରୀ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିପାରେ, ତେବେ ଏହା ବହୁତ ବଡ଼ କଥା । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ଶୁଣୁଥିଲେ । ହଠାତ୍ ଯୁବକ ଜଣକ ତାଙ୍କୁ ଚାପୁଡ଼ା ମାରିଥିଲେ ଯାହାପରେ ପୋଲିସ ତାକୁ ତୁରନ୍ତ ନେଇଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।