ସେପ୍ଟେମ୍ବରରୁ ଆହୁରି କଡ଼ାକଡ଼ି ହେବ ଟ୍ରାଫିକ ଏନଫୋର୍ସମେଣ୍ଟ ଡ୍ରାଇଭ, ଖିଲାପକାରିଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ବର(ଆମ ଟିଭି): ସେପ୍ଟେମ୍ବର ମାସରେ ଆହୁରି କଡ଼ାକଡ଼ି ହୋଇଛି ଟ୍ରାଫିକ ନିୟମ । ବିନା ହେଲମେଟରେ ଗାଡି ଚଲାଇଲେ କରାଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । ଆଗାମୀ ପୂଜା ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଟ୍ରାଫିକ ଏନଫୋର୍ସମେଣ୍ଟ ଡ୍ରାଇଭକୁ ଆହୁରି ଅଧିକ କଠୋର କରାଯାଇଛି । ଏନେଇ ଏନଫୋର୍ସମେଣ୍ଟ ଓ ସଡ଼କ ସୁରକ୍ଷା ଅତିରିକ୍ତ କମିଶନର ପରିବହନ ଲାଲମୋହନ ସେଠୀ ସୂଚନା ଦେଇଛନ୍ତି । ଚଳିତମାସ ଟ୍ରାଫିକ ନିୟମ ଉଲ୍ଲଂଘନ ଓ ମୋଟରଯାନ ନିୟମ ଭଙ୍ଗୁଥିବା ଅମାନିଆଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଦେଖାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହାସହ ଏନଫୋର୍ସମେଣ୍ଟ ଡ୍ରାଇଭରେ ମଦ୍ୟପାନ କରି ଗାଡ଼ି ଚଲାଇବା, ହେଲମେଟ ଯାଞ୍ଚ, ସ୍କୁଲ ବସ୍, ଓଭର ଲୋଡିଂ ଓ ଫିଟନେସ୍ ଯାଞ୍ଚ କରାଯିବ ।

ସୂଚନାଯୋଗ୍ୟ, ଅଗଷ୍ଟ ୧୬ରୁ ୩୦ ତାରିଖ ଦୁଇ ସପ୍ତାହ ଧରି ବାଇକ୍ ଆରୋହୀଙ୍କ ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ କରାଯାଇଥିଲା । ଜାତୀୟ ଓ ରାଜ୍ୟ ରାଜପଥରେ କଡ଼ା ଚେକିଂ କରାଯିବା ସହ ବିନା ହେଲମେଟରେ ଡ୍ରାଇଭିଂ ପାଇଁ ୨୪ ହଜାର ୪୭୪ ଇ-ଚାଲାଣ ଜାରି କରାଯାଇଛି । ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଲାଇବା ପାଇଁ ମୋଟ ୮୮୮ଟି ଗାଡ଼ି ଜବତ କରାଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣର ଟ୍ରାଫିକ୍ ଏନଫୋର୍ସମେଣ୍ଟ ଟିମ୍ ୬୩ ଲକ୍ଷ ୯୮ ହଜାର ୧୧୬ ଟଙ୍କା ଜରିମାନା ବାବଦକୁ ଆଦାୟ କରିଥିବା ବେଳେ ବିନା ହେଲମେଟରେ ଗାଡ଼ି ଚଲାଇବା କାରଣରୁ ୧୨ ହଜାର ୫୪୫ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ।

Leave A Reply

Your email address will not be published.