ତାମିଲନାଡୁ ଅଭିନେତା ତଥା ରାଜନେତା ବିଜୟଙ୍କ ରାଲିରେ ଦଳଚକଟା ଘଟଣା; ମୃତ୍ୟୁ ସଂଖ୍ୟ ୩୮ କୁ ବୃଦ୍ଧି

0

ନୂଆଦିଲ୍ଲୀ (ଆମ ଟିଭି): ତାମିଲନାଡୁରେ ଟିଭିକେ ମୁଖ୍ୟ ତଥା ତାମିଲ ଅଭିନେତା ବିଜୟଙ୍କ ନିର୍ବାଚନୀ ରାଲିରେ ଶନିବାର ରାତିରେ ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ଅନେକ ପୁରୁଷଙ୍କ ସହ ୬ ଜଣ ଶିଶୁ ଏବଂ ୧୬ ଜଣ ମହିଳା ରହିଛନ୍ତି। ଏହା ସହିତ ୫୦ରୁ ଅଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାମିଲନାୁଡ ମୁଖ୍ୟମନ୍ତ୍ରୀ ଏହାର ବିଚାପ ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି।

ଶନିବାର କରୁର ଜିଲାରେ ବିଜୟଙ୍କ ନିର୍ବାଚନୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା। ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୁଲିସ ମୁତୟତ ହୋଇଥିଲେ ହେଁ ଅସମ୍ଭାଳ ଭିଡ଼ ଯୋଗୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ନ ଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ବିଜୟ ଅଧାରୁ ଭାଷଣ ବନ୍ଦ କରିଥିଲେ। ଉପସ୍ଥିତ ପୁଲିସ କର୍ମଚାରୀଙ୍କୁ ସହାୟତା ମାଗିଥିଲେ।

କିଛି ସମୟ ମଧ୍ୟରେ ଅନେକ ଲୋକ ଚେତାଶୂନ୍ୟ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଘଟଣାସ୍ଥଳରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ କେତେଜଣ ଡାକ୍ତରଖାନାରେ ଆଖି ବୁଜିଥିଲେ। ଶ୍ଵାସରୁଦ୍ଧ ହୋଇ ଚେତାଶୂନ୍ୟ ହେବା ପରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ଆହତମାନଙ୍କର ଚିକିତ୍ସା ଚାଲିଥିବାବେଳେ ଅନ୍ୟ ହସ୍ପିଟାଲରୁ ଡାକ୍ତରମାନଙ୍କୁ କରୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି

Leave A Reply

Your email address will not be published.