ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ : ଆସନ୍ତାକାଲି ବେଳକୁ ନେଇପାରେ ଲଘୁଚାପର ରୂପ

0

ଭୁବନେଶ୍ୱର (ଆମ ଟିଭି): ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ। ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ପହିଲା ବେଳକୁ ନେଇପାରେ ଲଘୁଚାପର ରୂପ ।  ଉତ୍ତର ଆଣ୍ଡାମାନ ସାଗର ନିକଟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।   ଅକ୍ଟୋବର ୧ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଏହା ଲଘୁଚାପର ରୂପ ନେଇପାରେ । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା  ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥର ଦଶହରାକୁ ବର୍ଷା ଭିଜାଇପାରେ ବୋଲି ଆଶଙ୍କା ଦେଖାଦେଇଛି ।

Leave A Reply

Your email address will not be published.