ଜୀ ସାର୍ଥକର ଓଡିଆ ଫିଲ୍ମ ‘ଉଦ୍ଧାର କରିବୁ ସାତ ପୁରୁଷ’ର ଅଡିଓ ରିଲିଜ୍, ଆସନ୍ତା ଅକ୍ଟୋବର ରବିବାର ସନ୍ଧ୍ୟା ୬:୩୦ରେ ପ୍ରସାରଣ
ଭୁବନେଶ୍ୱର (ଆମ ଟିଭି): ଜୀ ସାର୍ଥକର ସମସ୍ତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ସୁପରହିଟ ଫିଲ୍ମ ସବୁ ଓଡିଆ ଦର୍ଶକଙ୍କ ମନ ଜିତିବାରେ ସବୁବେଳେ ସଫଳ ହୋଇଛି l ସେହିପରି ଆଉ ଏକ ନୂଆ ଫିଲ୍ମ, ଭିନ୍ନ କାହାଣୀ ନେଇ ଆସିଛି ଯାହାର ନାଁ ରହିଛି ‘ଉଦ୍ଧାର କରିବୁ ସାତ ପୁରୁଷ’ l ଯାହାର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ହୋଇଛି l ଏହି ପର୍ବରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସଞ୍ଜୟ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, କଣ୍ଠଶିଳ୍ପୀ ଚିରାଗଦୀପ, ବହୁ ଅଭିଜ୍ଞ ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି ଚଳଚ୍ଚିତ୍ର ନିର୍ଦ୍ଦଶନା ଦେଇଛନ୍ତି ଏବଂ ଅଜୟ ରାଉତ ପ୍ରଯୋଜନା କରିଛନ୍ତି l ଯାହା ସାର୍ଥକରେ ଆସନ୍ତା ୧୨ ଅକ୍ଟୋବର ସନ୍ଧ୍ୟା ୬.୩୦ରେ ଦର୍ଶକ ଦେଖିବାକୁ ପାଇବେ l

ଜଣେ ଅନାଥ ମୁନାର ଜୀବନ ଯାତ୍ରାର ଏକ ରୋଚକ କାହାଣୀକୁ ନେଇ ଏହି ଫିଲ୍ମ, ଯେଉଁଥିରେ ମୃତକ ଓ ଜୀବିତ ମଣିଷର ଏକ ହୃଦୟ ସ୍ପର୍ଶୀ ଓ ଅବିଶ୍ଵସନୀୟ ମିଳନ ହୋଇଛି, ହେଲେ କିପରି ଓ କାହିଁକି ? ଏମିତି ସବୁ ପ୍ରଶ୍ନର ଉତ୍ତର ମିଳିଛି ଫିଲ୍ମର ଶେଷରେ। ଫିଲ୍ମରେ ଜ୍ୟୋତି ପଣ୍ଡା, ହେଲିନା, ପ୍ରଦ୍ୟୁମ୍ନ ଲେଙ୍କା, କେଦାର ମିଶ୍ର, ରାଜଶ୍ରୀ, ଶୁଭ୍ରାଂଶୁ ଓ ବିରେନ ମିଶ୍ରଙ୍କୁ ପ୍ରମୁଖ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମର କାହାଣୀଟିକୁ ଲେଖିଛନ୍ତି ସଞ୍ଜୟ ନାୟକ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ।

ଜୀ ସାର୍ଥକ ସବୁବେଳେ ଓଡିଆ ଦର୍ଶକଙ୍କ ଚିନ୍ତାଧାରାକୁ ସବୁବେଳେ ଧ୍ୟାନରେ ରଖି ନୂଆ ଓ ଭିନ୍ନ କାହାଣୀ ସହିତ ଫିଲ୍ମ ସବୁ ଆଣିଥାଏ । ସେହିପରି ଏକ ଫିଲ୍ମ ହେଉଛି ‘ଉଦ୍ଧାର କରିବୁ ସାତ ପୁରୁଷ’ l ତେବେ ଏହା କେବଳ ଏକ ସାଧାରଣ ଫିଲ୍ମ ନୁହେଁ -ଏହା ଆମ ସମାଜରେ ଏକାକୀ ଜୀବନ ଗଢିବାକୁ ଚେଷ୍ଟାରତ ସମସ୍ତ ଯୁବବର୍ଗଙ୍କ ପାଇଁ ଏକ ସୁନ୍ଦର ମନଗଢା କାହାଣୀ ଯାହା ସେମାନଙ୍କୁ ଦେବ ଉତ୍ସାହ । ଆମର ସବୁ ଫିଲ୍ମ ପରି ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କ ମନ ଜିତିବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ ।