ଆଓ ନେକ୍ସ୍ଟ ଓଟିଟିରେ ଅକ୍ଟୋବର ୧୨ ରେ ଉପଲବ୍ଧ ହେବ ଲୋକପ୍ରିୟ ଫିଲ୍ମ *‘ଭାବାନ୍ତର’*

0

ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିୟମ୍ ଓଭର-ଦି-ଟପ୍ (ଓଟିଟି) ଷ୍ଟ୍ରିମିଂ ପ୍ଲାଟଫର୍ମ, ଆଓ ନେକ୍ସ୍ଟରେ ଅକ୍ଟୋବର ୧୨ ରେ ଉପଲବ୍ଧ ହେବ ଲୋକପ୍ରିୟତାର ଶୀର୍ଷରେ ରହିଥିବା ଫିଲ୍ମ, ‘ଭାବାନ୍ତର’ । ପୂର୍ବରୁ ବଡ଼ ପରଦାରେ ଏହି ଫିଲ୍ମ ଓଡିଆ ଦର୍ଶକଙ୍କ ମନ ଜିତିଥିଲା । ଫିଲ୍ମଟି ନିଆରା ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଏହି ଫିଲ୍ମର ସମସ୍ତ ସଙ୍ଗୀତ ଦର୍ଶକଙ୍କ ମନକୁ ଛୁଇଁ ଥିଲା।

ଶ୍ରୀତମ, ଶ୍ରାବଣୀ ଓ ମିଲନ ଙ୍କ ତିନୋଟି ଚରିତ୍ର ଅତ୍ୟନ୍ତ ଅସାଧାରଣ ପରିସ୍ଥିତିରେ ଗୋଟେ ତ୍ରୀଭୂଜର ତିନି କୋଣରେ ଅବସ୍ଥାନ କରିବା ପରି ମାନେ ହୁଏ । ଶ୍ରୀତମ ନିଜ ଭାଗ୍ୟକୁ ଆଦରି ନିଅନ୍ତି ଆଉ…

ସେ କଣ ପୁଣି ଫେରିବେ ? ଶ୍ରୀତମ, ଶ୍ରାବଣୀ ଏକାଠି ହେବେ ? ବାକି କାହାଣୀ ଦର୍ଶକ ଆଓ ନେକ୍ସ୍ଟରେ ଦେଖିବା ପରେ ଜାଣିପାରିବେ ।

‘ଭାବାନ୍ତର’ ଏକ ଭିନ୍ନ ସ୍ୱାଦର କାହାଣୀ ଯେଉଁଥିରେ ତ୍ୟାଗ, ଭଲ ପାଇବା, ପ୍ରେମ ଓ ବିରହର ବେଦନା ସହିତ କାହାଣୀରେ ପ୍ରେମର ଏକ ନୁତନ୍ ପରିଭାଷା ଦେଖିବାକୁ ପାଇବେ ଦର୍ଶକ ବୋଲି କହିଛନ୍ତି ଆଓ ନେକ୍ସ୍ଟର ପ୍ରତିଷ୍ଠାତା ତଥା ସିଇଓ କୌଶିକ ଦାସ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ଅଭିଷେକ ଗିରି ରହିଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ସୂର୍ଯ୍ୟମୟୀ ମହାପାତ୍ର । ଅନ୍ୟାନ୍ୟ ଭୂମିକାରେ ସରୋଜ ନନ୍ଦ, ରବି ତ୍ରିପାଠୀ, ବିନାୟକ ମିଶ୍ର, ମମତା ସାହୁ ଓ ପ୍ରୀୟା ବିଶୋଇ ରହିଛନ୍ତି । ତେବେ ଇମାଜୀନେସନ ଅନଲିମିଟେଡ଼ ବ୍ୟାନରରେ ଫିଲ୍ମଟି ପ୍ରସ୍ତୁତ ହୋଇଥିବା ବେଳେ ଏହାର କାହାଣୀ ମଧ୍ୟ କାହାଣୀ ଲେଖିଛନ୍ତି ଅନନ୍ତ ମହାପାତ୍ର । ଚିତ୍ରନାଟ୍ୟ ସଂଳାପ, ପ୍ରଯୋଜକ ଓ ନିର୍ଦେଶକ ବି ଅନନ୍ତ ମହାପାତ୍ର ରହିଥିବା ବେଳେ ସହ ନିର୍ଦ୍ଦେଶକ ରହିଛନ୍ତି ଅଜୟ ରଥ । ଡିଓପି ହୃଦାନନ୍ଦ ପଣ୍ଡା ଦେଇଥିବା ବେଳେ ସଂଗୀତରେ ରହିଛନ୍ତି ଶକ୍ତି ପ୍ରସାଦ ମିଶ୍ର । ସେହିପରି ଦେବଦାସ ଚୋଟରେ ଗୀତକୁ ଶବ୍ଦରେ ସଜେଇଥିବା ବେଳେ କଣ୍ଠଦାନ କରିଛନ୍ତି ସୁସ୍ମିତା ଦାସ ।

‘ଓଟିଟି ପ୍ଲାଟଫର୍ମଗୁଡିକର ଲୋକପ୍ରିୟତା ବଢିବାରେ ଲାଗିଛି ଓ ଆଓ ନେକ୍ସ୍ଟ ସବୁବେଳେ ଓଡ଼ିଶାର ଦର୍ଶକଙ୍କ ମନକୁ ଛୁଇଁଲା ପରି କାହାଣୀ ଓ ବିଷୟ ବସ୍ତୁ ନିଜ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଆଣିଥିବାରୁ ସମସ୍ତ ଓଡ଼ିଆଙ୍କ ପ୍ରିୟ ହୋଇ ପାରିଛି। ଏହି ଫିଲ୍ମଟି ଏକ ଗତିଶୀଳ ପ୍ରେମ କାହାଣୀ ହୋଇଥିବାରୁ ଷ୍ଟ୍ରିମିଂ ପ୍ଲାଟଫର୍ମ ଆଓ ନେକ୍ସ୍ଟରେ ଏକ ନୂତନ ରେକର୍ଡ କରିବ ବୋଲି ଫିଲ୍ମର ସମସ୍ତ ସଦସ୍ୟ କହିଛନ୍ତି।

Leave A Reply

Your email address will not be published.