ବିଜେପି ସହ ବିଶ୍ବାସଘାତକତା ପାଇଁ ଉଦ୍ଧବଙ୍କୁ ଉଚିତ୍ ଶିକ୍ଷା ଦେବୁ: ଅମିତ ଶାହ
ମୁମ୍ବାଇ(ଆମ ଟିଭି): ‘ବିଜେପି ସହ ବିଶ୍ବାସଘାତକତା ପାଇଁ ଉଦ୍ଧବଙ୍କୁ ଉଚିତ୍ ଶିକ୍ଷା ଦେବୁ’ ସୋମବାର ଦଳୀୟ ନେତାଙ୍କ ବୈଠକରେ ଏମିତି କହିଛନ୍ତି ଦୁଇ ଦିନ ପାଇଁ ମୁମ୍ବାଇରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହା ସହ ଅମିତ ଶାହାଙ୍କ ଏଭଳି ବିବୃତିକୁ ନେଇ ଜଣେ ବିଜେପି ନେତା କହିଛନ୍ତି ଯେ ଆମେ ରାଜନୀତିରେ ସବୁକିଛି ସହ୍ୟ କରିପାରିବୁ, କିନ୍ତୁ ବିଶ୍ୱାସଘାତକତାକୁ ବରଦାସ୍ତ କରାଯାଇପାରିବ ନାହିଁ।
ତେବେ ଉଦ୍ଧବଙ୍କୁ ଟାର୍ଗେଟ କରିବା ପରେ ଅମିତ ଶାହା ବିଏମସି ନିର୍ବାଚନ ପାଇଁ ପ୍ରସ୍ତୁତିର ଅନୁଧ୍ୟାନ କରିଥିଲେ। ନିର୍ବାଚନ ପ୍ରସ୍ତୁତିର ଅନୁଧ୍ୟାନ କରିବା ପରେ ସେ କହିଥିଲେ ଯେ ବିଏମସି ନିର୍ବାଚନରେ ଆମେ କିପରି ମିଶନ ୧୫୦ର ଲକ୍ଷ୍ୟ ହାସଲ କରିପାରିବା ଏହି ଯୋଜନା ଉପରେ କାର୍ଯ୍ୟ କରିବା ଉଚିତ। ତେବେ ବିଏମସି ହେଉଛି ଦେଶର ସବୁଠାରୁ ବଡ ନଗର ନିଗମ ଏବଂ ଦୀର୍ଘ ଦିନ ଧରି ବିଜେପି ଏହାକୁ ହାତେଇବାକୁ କରିବାକୁ ଚେଷ୍ଟା କରୁଛି।