ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ବର ସୁସ୍ଥ ଭାରତ ଗଠନର ବାର୍ତ୍ତା ନେଇ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଦ୍ବାରା ଆୟୋଜିତ ହୋଇଯାଇଛି। ଶ୍ରୀ ସତ୍ୟ ସାଇ ରନ୍ ଆଣ୍ଡ ରାଇଡ୍ ଗଣ ଦୌଡ ଓ ସାଇକଲ ମାରାଥନ। ସକାଳ ପାଞ୍ଚ ଘଟିକାରେ ୟୁନିଟ ୩ ସାଇ ଜନନୀ ପ୍ରେକ୍ଷାଳୟରୁ ବାହାରି ଶତାଧିକ ଯୁବକ ଯୁବତୀ ବାଣୀବିହାର ଛକ ଦେଇ ପୁଣି ଏଇ କେନ୍ଦ୍ର ନିକଟରେ ପହଞ୍ଚି ଏଇ ଗଣ ଦୌଡକୁ ସଫଳ କରିଛନ୍ତି।

ଭଗବାନ୍ ଶ୍ରୀ ସତ୍ୟସାଇ ବାବାଙ୍କ ର ଜନ୍ମ ଶତବାର୍ଷିକ ଅବସରରେ ସର୍ବ ଭାରତୀୟ ଶ୍ରୀ ସତ୍ୟସାଇ ସେବା ସଂଗଠନ ଓ ଭାରତ ସରକାରଙ୍କ ମିଳିତ ପ୍ରୟାସରେ ସାରା ଦେଶରେ ସୁସ୍ଥ ଭାରତ ଗଠନର ଲକ୍ଷ୍ୟ ନେଇ ଆୟୋଜିତ ହେଉଛି ରନ୍ ଆଣ୍ଡ ରାଇଡ୍ କାର୍ଯ୍ୟକ୍ରମ।

ଦେଶର ବିଭିନ୍ନ ପ୍ରଦେଶରେ ଏହି ଗଣ ଦୌଡର ଆୟୋଜନ କରାଯାଉଥିବା ବେଳେ ଓଡ଼ିଶାର ଭୁବନେଶ୍ବର ଓ ରାଉରକେଲା ଠାରେ ଏହାର ଆୟୋଜନ ରାଜ୍ୟ ସଂଗଠନ ତରଫରୁ କରାଯାଉଅଛି। ନଭେମ୍ବର ୨ ତାରିଖ ଦିନ ଭୁବନେଶ୍ବର ସାଇ ଜନନୀ କେନ୍ଦ୍ର ଠାରେ ପ୍ରାତଃ ପାଞ୍ଚ ଘଟିକା ସମୟରେ ପ୍ରାୟତଃ ଏକ ହଜାରରୁ ଉର୍ଦ୍ଧ୍ଵ ଯୁବକ ଯୁବତୀ ଏହି ଗଣ ଦୌଡରେ ଅଂଶ ଗ୍ରହଣ କରିଥିଲେ। ଏହି ଦୌଡରେ ସାଇକଲ ଚାଳନା ମଧ୍ୟ ଅନେକ ପ୍ରତିଭାଗିଙ୍କ ଦ୍ବାରା କରା ଯାଇଥିଲା। ଆନୁଷ୍ଠାନିକ ଭାବେ ଏହି ଗଣ ଦୌଡକୁ ଉଦଘାଟନ କରିଥିଲେ।

ସଂଗଠନ ର ରାଜ୍ୟ ସଭାପତି ଡାକ୍ତର ସତ୍ୟ ସ୍ବରୂପ ପଟ୍ଟନାୟକ , ଯୁବ ବିଭାଗର ସଂଯୋଜକ ତୁଷାର କାନ୍ତ ନାଥ, କୁମାରି ନୂତନ ନିଆଲ, ଯୁଗ୍ମ ସଂଯୋଜକ ଅଞ୍ଜନି ପଟ୍ଟନାୟକ ଓ କୁମାରୀ ଅମ୍ରିତା ନାଥ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସଂଗଠନର ଭୁବନେଶ୍ବର ଜିଲ୍ଲାରେ ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ସେବାଦଳ କର୍ମୀମାନଙ୍କ ଦ୍ବାରା ପ୍ରତିଭାଗି ମାନଙ୍କୁ ଆବଶ୍ୟକୀୟ ଥଣ୍ଡାପାଣି ଓ ମୃଦୂପାନୀୟ ବଣ୍ଟନ କରାଯାଇଥିଲା। ଶ୍ରୀ ସତ୍ୟ ସାଇ ବାବାଙ୍କ ବାର୍ତ୍ତା ଓ ଆଦର୍ଶକୁ ନେଇ ଏଇ ଗଣ ଦୌଡରେ ସମସ୍ତଙ୍କୁ ଭଲପାଅ ସମସ୍ତଙ୍କର ସେବା କର ସ୍ଲୋଗାନ ସହ ମାନବୀୟ ମୂଲ୍ୟ ବୋଧ ସମ୍ବଳିତ ତଥ୍ୟ ପ୍ରଦାନ କରା ଯାଇଥିଲା। ଏକ ସଫଳ ଜୀବନ ପାଇଁ ସ୍ବାସ୍ଥ୍ୟ ଓ ଆଧ୍ୟାତ୍ମିକତା କିପରି ଅପରିହାର୍ଯ୍ୟ ଏ ପ୍ରସଙ୍ଗରେ ସଭାପତି ପ୍ରତିଭାଗି ମାନଙ୍କୁ ସମ୍ବୋଧିତ କରି କହିଥିଲେ।