ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର: କମିଲା ବିମାନ ଭଡା
ନୂଆଦିଲ୍ଲୀ (ଆମ ଟିଭି): ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । କମିଲା ବିମାନ ଭଡା । ସରକାରଙ୍କ ତରଫରୁ ବାଧ୍ୟତାମୂଳକ ଫେୟାର କ୍ୟାପ୍ ହଟାଯିବାପରେ ବିମାନ ଭଡ଼ାରେ ଦ୍ରୃତ ହ୍ରାସ ଦେଖିବାକୁ ମିଳିଛି । ଗତ ମାସ ପର୍ୟ୍ୟନ୍ତ ଆକାଶ ଛୁଆଁ ବିମାନ ଯାତ୍ରାର ଭଡ଼ା ଏବେ ହ୍ରାସ ପାଇଛି ।
ଏକ ରିପୋର୍ଟ ଅନୂଯାୟୀ, ସରକାର ଗତ ସପ୍ତାହରେ ଫେୟାର କ୍ୟାପ୍ ବାଧ୍ୟତା ହଟାଇଥିଲେ ଫେୟାର କ୍ୟାପ୍ ଅନୂଯାୟୀ ।
ବିମାନ କମ୍ପାନୀ ମାନେ ନିର୍ଦ୍ଧାରିତ ଟଙ୍କାରୁ କମ୍ କିମ୍ବା ଅଧିକ କରିପାରିବେ ନାହିଁ । କିନ୍ତୁ ଏହାର ବାଧ୍ୟତା ଶେଷ ହେବାପରେ, ବଢ଼ୁଥିବା ପ୍ରତିଯୋଗିତା ମଧ୍ୟରେ କମ୍ପାନୀମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କାରଣରୁ ଅକାଶା ଏୟାର, ଇଣ୍ଡିଗୋ, ଏୟାର ଏସିଆ, ଗୋ ଫାର୍ଷ୍ଟ ଏବଂ ଭିସ୍ତାରା ଭଳି କମ୍ପାନୀ ନିଜର ବିମାନ ଭଡ଼ାରେ ବଡ଼ ଆକାରରେ ହ୍ରାସ କରିଛନ୍ତି । ବିମାନ କମ୍ପାନୀ ମାନେ ଯେଉଁଠାରେ ଗତ ମାସରେ ଦିଲ୍ଲୀ-ଲକ୍ଷେ୍ନø ପାଇଁ ବିମାନ ଭଡ଼ା ୩୫୦୦ ଟଙ୍କା ନେଉଥିଲେ ତାହା ଏବେ ୧୯୦୦-୨୨୦୦ ଟଙ୍କା ହୋଇଯାଇଛି ।