ଭୁବନେଶ୍ୱର (ଆମ ଟିଭି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନବ୍ୟାପୀ ସାଧନା ସମ୍ମାନ ପାଇବା ପରେ ଆଜି ଭୁବନେଶ୍ୱର ଫେରିଛନ୍ତି । ତାଙ୍କୁ ଦଳ ପକ୍ଷରୁ ଜୋରଦାର ସ୍ୱାଗତ କରାଯାଉଛି । ଏହାକୁ ନେଇ ବିରୋଧୀ ମଧ୍ୟ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ନବୀନ ବାବୁ ପାଇଛନ୍ତି କିଣା ଆଓ୍ୱାର୍ଡ। ଏହି ଆୱାର୍ଡ କେତେ ଟଙ୍କାରେ କିଣିଛନ୍ତି ଜଣାନାହିଁ। ନିର୍ବାଚନ ପାଖେଇ ଆସିଲେ ନବୀନ ବାବୁ ଏମିତି ଗୋଟେ ଗୋଟେ ଆଓ୍ୱାର୍ଡ କିଣନ୍ତି।
ଏହାସହ ସେ କହିଛନ୍ତି, ଯେଉଁ ସଂସ୍ଥାକୁ ଭାରତରେ କେହି ଜାଣି ନାହାନ୍ତି, ସିଏ ସେବା ସାଧକ ଆୱାର୍ଡ ଦେଇଛନ୍ତି। ଯାହା ଆମ ଓଡ଼ିଶା ପାଇଁ ବାଧକ। ଯେଉଁ ସଂସ୍ଥା ଏହି ଆଓ୍ୱାର୍ଡ ଦେଇଛନ୍ତି ତା’ର କ୍ରେଡିବିଲିଟି କ’ଣ ତା ବିଷୟରେ ମଧ୍ୟ ଜଣା ନାହିଁ। ବିରୋଧୀ ଦଳ ନେତା ଆହୁରି କହିଛନ୍ତି, ଯେଉଁ ଲୋକ ସନ୍ଧ୍ୟା ୮ଟା ପରେ କେଉଁ ଅନ୍ଧାରୀ ଦୁନିଆରେ ନିଖୋଜ ହୋଇଯାନ୍ତି ସେ ହେଉଛନ୍ତି ସେବାର ସାଧକ। ଯେଉଁ ଲୋକ କୌଣସି କଥା ଆଜି ପର୍ୟ୍ୟନ୍ତ ବୁଝିନାହାଁନ୍ତି, ଆମ ଭାଷା ଜାଣି ନାହାନ୍ତି କି ଆମ ସଂସ୍କୃତି ଜାଣି ନାହାନ୍ତି ତାଙ୍କୁ ସେବା ସାଧକ ପୁରସ୍କାର ଦିଆଯାଇଛି।