ବିହାର ମତଦାନର ଦିନକ ପୂର୍ବରୁ ପୁଣି ଭୋଟ୍ ଚୋରି ଅଭିଯୋଗ : ଏଥର ରାହୁଲଙ୍କ ନିଶାନାରେ ହରିୟାଣା ବିଧାନସଭା ନିର୍ବାଚନ

0

ବିହାର ମତଦାନର ଦିନକ ପୂର୍ବରୁ ପୁଣି ଭୋଟ୍ ଚୋରି ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏଥର ରାହୁଲଙ୍କ ନିଶାନାରେ ହରିୟାଣା ବିଧାନସଭା ନିର୍ବାଚନ । ପୂର୍ବରୁ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଛତିଶଗଡ଼ରେ ଭୋଟ୍ ଚୋରି ହୋଇଥିବା ନେଇ ଅଭିଯୋଗ ଆଣିଥିଲେ । ଏବେ ହରିୟାଣାରେ ହୋଇଥିବା ହେରଫେରକୁ ନେଇ ଗୁରୁତର ଅଭିଯୋଗ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀ କରି ରାହୁଲ ‘ଏଚ୍ ଫାଇଲ୍ସ’ ଉପସ୍ଥାପନ କରିଛନ୍ତି । ହରିୟାଣାରେ ଭୋଟ୍ ଚୋରିର ଅନେକ ଜାଲିଆତି ହୋଇଥିବା ରାହୁଲ କହିଛନ୍ତି । ସେପଟେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହୋଇଥିବା ବେଳେ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଔରଙ୍ଗାବାଦ ଜିଲ୍ଲାର କୁଟୁମ୍ବାରେ ଏକ ରାଲିରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

ସେ ଦାବି କରିଛନ୍ତି ଯେ ଭାରତର ମାତ୍ର ୧୦% ଜନସଂଖ୍ୟା ତଥା ଉଚ୍ଚ ଜାତିର ଲୋକେ ଏବେ ସେନା, ନ୍ୟାୟପାଳିକା, ପ୍ରଶାସନ ଓ ୫୦୦ ବୃହତ୍ କମ୍ପାନିକୁ ନିୟନ୍ତ୍ରଣ କରୁଛନ୍ତି ।

ଅନ୍ୟପକ୍ଷରେ ୯୦% ଜନତା (ଦଳିତ, ପଛୁଆ, ଅତି ପଛୁଆ, ଆଦିବାସୀ ଓ ଅଳ୍ପସଂଖ୍ୟକ) ସମସ୍ତ କ୍ଷମତା, ସମ୍ପତ୍ତି ଓ ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ଏହି ମନ୍ତବ୍ୟ ରାଜନୈତିକ ଝଡ଼ ସୃଷ୍ଟି କରିଛି, ବିଜେପି ତାଙ୍କୁ ସେନାକୁ ଜାତି ଆଧାରରେ ବିଭାଜନ କରିବା ଓ ଜାତୀୟ ଅନୁଷ୍ଠାନକୁ ଅପମାନ କରିବା ଅଭିଯୋଗରେ କଡ଼ା ସମାଲୋଚନା କରିଛି ।

Leave A Reply

Your email address will not be published.