ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ

0

ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ ଚାଲିବ । ଏହା ୧ରୁ ଆରମ୍ଭ ହୋଇ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ତାଙ୍କ ଏକ୍ସରେ ପୋଷ୍ଟ କରିଛନ୍ତି।

ସେ ଲେଖିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିସେମ୍ବର ୧ ରୁ ୧୯ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ଆୟୋଜନ ପାଇଁ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସେ ଏକ ଫଳପ୍ରଦ ଏବଂ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ପାଇଁ ଆଶା ରଖିଛନ୍ତି। ଯାହା ଗଣତନ୍ତ୍ରକୁ ସୁଦୃଢ଼ କରିବ ଏବଂ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବ ବୋଲି କିରେନ ରିଜିଜୁ ଏକ୍ସରେ ପୋଷ୍ଟ କରିଛନ୍ତି।

Leave A Reply

Your email address will not be published.