ଭିନ୍ନକ୍ଷମଙ୍କ ଗହଣରେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଜନ୍ମଦିନ ପାଳନ*
ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଜନ୍ମ ଦିନ ଅବସରରେ ତାଙ୍କର ଦୁଇ ପୁଅ ସ୍ୱସ୍ତିକ ଏବଂ ଆସ୍ତିକ ଭୁବନେଶ୍ୱର ସ୍ଥିତ ରାଜଧାନୀ ବଧିର ବିଦ୍ୟାଳୟ ଓ ଲୁଇସ ବ୍ରେଲି ଅନ୍ଧ ବିଦ୍ୟାଳୟ ପରିସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ସହିତ ଜନ୍ମଦିନ ପାଳନ କରିଥିଲେ l ସେଠାରେ ଖାଦ୍ୟ, ଫଳ ଆଦି ବଣ୍ଟନ କରି ତାଙ୍କ ବାପାଙ୍କ ଜନ୍ମଦିନ ପାଳନ କରିଥିଲେ। କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ମାନ୍ୟବର ମନ୍ତ୍ରୀ ସେହି ସ୍ଥାନରେ ଉପସ୍ଥିତ ନଥିଲେ ହେଲେ ସେଠାରେ ମନ୍ତ୍ରୀଙ୍କ ଫୋଟୋ ଦେଖି ଛାତ୍ରଛାତ୍ରୀ ଓ ସ୍କୁଲର ଅନ୍ତେବାସୀ ଖୁସି ହୋଇଥିଲେ l ଏଇଭଳି ନିଆରା ଢଙ୍ଗରେ ଭିନ୍ନକ୍ଷମଙ୍କ ସହିତ ବାପାଙ୍କ ଜନ୍ମଦିନ ପାଳନ କରି ଅତ୍ୟନ୍ତ ଖୁସି ହୁଅନ୍ତି ବୋଲି ମନ୍ତ୍ରୀଙ୍କ ଦୁଇ ପୁଅ ମତ ରଖିଥିଲେ l