ରୁଷ ତେଲ କିଣିଲେ ୫୦୦% ଟାରିଫ୍‌’; ପୁଣି ଧମକ ଦେଲେ ଡୋନାଲ୍ଟ ଟ୍ରମ୍ପ୍‌

0

ଏଣିକି ରୁଷ୍‌ ସହ କାରବାର କଲେ ମହଙ୍ଗା ପଡ଼ିବ ବୋଲି କହିଛି ଆମେରିକା । ଯେକୌଣସି ରାଷ୍ଟ୍ର ରୁଷ୍‌ ସହ କାରବାର କଲେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ ଲଗାଇବ ଆମେରିକା । ଭାରତ ରୁଷ୍‌ ସହ କାରବାର ଜାରି ରଖିଥିବାରୁ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ । ଏବେ ରୁଷ୍‌ ସହ କାରବାର କରୁଥିବା ଅନ୍ୟ ଦେଶଗୁଡ଼ିକ ଉପରେ କଡ଼ା ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏବେ ଆମେରିକା ଏଭଳି ଆଇନ କାର୍ଯ୍ୟକାରୀ କରିବାକୁ ଯାଉଛି ଯାହା ରୁଷ୍‌ ଉପରେ ଅଧିକ ଚାପ ପକାଇବ । ଖାଲି ରୁଷ୍‌ ନୁହେଁ ଏଥର ଟ୍ରମ୍ପ୍‌ଙ୍କ ଟାରିଫ୍‌ ଲିଷ୍ଟ୍‌ରେ ଇରାନ୍‌ ବି ସାମିଲ ରହିଛି । ରୁଷ ପରେ ଇରାନ୍‌ ସହ ବି କାରବାର କଲେ ଟାରିଫ୍‌ ଲଗାଇବାକୁ ଚେତେବନୀ ଦେଇଛି ହ୍ୱାଇଟ୍‌ ହାଉସ୍‌ ।

ଏହାପୂର୍ବରୁ ଟ୍ରମ୍ପ ପ୍ରଶାସନ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରିଛି । ଏହା ବିଶ୍ୱର ସବୁଠାରୁ ଉଚ୍ଚ ଟାରିଫ୍‌ ବୋଲି କୁହାଯାଉଛି । ଭାରତ ରୁଷ ଠାରୁ ଅଶୋଧିତ ତୈଳ ଓ ଗ୍ୟାସ୍ କିଣୁଥିବାରୁ ଟାରିଫ ବୃଦ୍ଧି କରିଛନ୍ତି ଟ୍ରମ୍ପ୍ । ଆମେରିକାରେ ଆଗତ ହୋଇଥିବା ନୂଆ ବିଲ୍‌ ମୁତାବକ ରୁଷ୍‌ଠାରୁ ତେଲ କିଣୁଥିବା ଦେଶ ଉପରେ ପ୍ରତିବନ୍ଧକ ଲାଗିବ । ତେଲ କିଣିବା ସହ ଏହାକୁ ବିଶୋଧନ କରି ଅନ୍ୟ ରାଷ୍ଟ୍ରକୁ ବିକ୍ରି କରୁଥିବା ଦେଶ ଗୁଡ଼ିକ ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ ଲାଗିବା ଉଚିତ୍‌ ବୋଲି ବିଲ୍‌ରେ ଉଲ୍ଲେଖ ରହିଛି । ସାଙ୍କ୍‌ସନିଂ ରୁଷିଆ ଆକ୍ଟ-୨୦୨୫ ନାମରେ ଏହି ବିଲ୍‌ ଉପସ୍ଥାପନ କରାଯାଇଛି ।

Leave A Reply

Your email address will not be published.