ଦଶମ ଶ୍ରେଣୀ ଭୂଗୋଳ ଓ ଅର୍ଥନୀତି ବହିରେ ଥିବା ତ୍ରୁଟି ପ୍ରସଙ୍ଗ: ସଂଶୋଧନ କରି ପଢାଇବା ପାଇଁ ସମସ୍ତ ସ୍କୁଲକୁ ନିର୍ଦ୍ଦେଶ
ଜୟପୁର(ଆମ ଟିଭି): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରକାଶିତ ଭୂଗୋଳ ଓ ଅର୍ଥନୀତି ବହିରେ ଥିବା ତ୍ରୁଟି ସଂଶୋଧନ କରି ପଢାଇବା ପାଇଁ ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦେବା ସହ ବିଜ୍ଞପ୍ତି ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ପରିଷଦ । ଏହି ବହିର ପୃଷ୍ଠା ନମ୍ବର ୬୫ରେ ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପକୁ ତାପଜ ବିଦ୍ୟୁତ ପ୍ରକଳ୍ପ ଦର୍ଶାଯାଇଥିଲା।
ସେହିପରି ଅପର କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପ ଏଥିରୁ ବାଦ ପଡିଥିଲା । ଏହାକୁ ସାରା ରାଜ୍ୟର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଆଉ ବିଭିନ୍ନ ଗଣ ମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇବା ପରେ ଶେଷରେ ମାଧ୍ୟମିକ ଶିକ୍ଷା ପରିଷଦ ଏହି ନିଷ୍ପତ୍ତି ନେଇଛି । ମାଧ୍ୟମିକ ଶିକ୍ଷା ପରିଷଦର ଚିଠି ସଂଖ୍ୟା ୧୮୭୮ ,ତାରିଖ ୨୬/୦୮/୨୦୨୨ରେ ଏହା ଉଲ୍ଲେଖ ରହିଛି । ତେବେ ଏଠି ପ୍ରଶ୍ନ ଉଠୁଛି ସଂଶୋଧିତ ହୋଇ ବହି ଆସିବା ପର୍ଯ୍ୟନ୍ତ ପୁରୁଣା ବହିକୁ କିପରି ପଢିବେ ଛାତ୍ରଛାତ୍ରୀ ?