ଇମ୍ରାନଙ୍କୁ ଜେଲରେ ଭେଟିଲେ ଭଉଣୀ ଉଜମା
ଆଜି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରେ ଭେଟିବା ପାଇଁ ଯାଇଛନ୍ତି ଇମ୍ରାନଙ୍କ ଭଉଣୀ ଉଜମା । କିଛି ଦିନ ତଳେ ଜେଲ ଭିତରେ ଇମ୍ରାନଙ୍କୁ ହତ୍ୟା କରାଯାଇଥିବା ନେଇ ଆଫଗାନିସ୍ତାନ ଗଣମାଧ୍ୟମ ଦାବି କରିବା ପରଠାରୁ ଦେଶରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜେଲ୍ କର୍ତ୍ତୃପକ୍ଷ ମଧ୍ୟ ଇମ୍ରାନଙ୍କ ପରିବାରକୁ ତାଙ୍କ ସହିତ ଭେଟିବାକୁ ସୁଯୋଗ ଦେଉ ନ ଥିବାରୁ ଏହାକୁ ନେଇ ପାକିସ୍ତାନ ଅଶାନ୍ତ ହୋଇପଡିଥିଲା ।
ଆଜି ଇମ୍ରାନଙ୍କୁ ଭେଟିବା ପାଇଁ ରାଓ୍ବାଲପିଣ୍ତିରେ ଥିବା ଅଡିୟାଲା ଜେଲରେ ପହଞ୍ଚିଛନ୍ତି ଇମ୍ରାନଙ୍କ ଭଉଣୀ ଉଜମା ଖାନ। ଗତ ନଭେମ୍ବର ୫ ତାରିଖରେ ଇମ୍ରାନ ସାମାଜିକ ଗଣମାଧ୍ୟମରେ ଶେଷ ଥର ଲାଗି କରିଥିବା ଏକ ପୋଷ୍ଟରେ ତାଙ୍କର କୌଣସି କ୍ଷତି ହେଲେ ସେଥିପାଇଁ ମୁନିର ଦାୟୀ ରହିବେ ବୋଲି ଲେଖିଥିଲେ। ତାଙ୍କ ହତ୍ୟା ଖବର ପ୍ରଚାରିତ ହେବା ପରେ ମୁନିରଙ୍କ ଆଡକୁ ଅଙ୍ଗୁଳି ନିର୍ଦେଶ ହେଉଛି। ଏହାକୁ କେନ୍ଦ୍ର କରି ଇମ୍ରାନଙ୍କ ୩ ଭଉଣୀ ଏବଂ ପୁଅ ମୁନିର ଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଦେଇଥିଲେ ।