ନୂଆଦିଲ୍ଲୀ (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଲୋକର୍ପିତ ହେଲା ନବୀକୃତ ସେଂଟ୍ରାଲ ଭିଷ୍ଟା ଆଭିନ୍ୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦାଘାଟନ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଦିଲ୍ଲୀର ଏହି ଐତିହାସିକ ମାର୍ଗ ରାଜପଥର ନାଁ ବଦଳାଇ କର୍ତବ୍ୟପଥ ରଖିଛନ୍ତି । ସ୍ୱାଧୀନତା ପୂର୍ବରୁ ଏହି ମାର୍ଗର ନାଁ କିଙ୍ଗସୱେ ଥିଲା, କିନ୍ତୁ ପରେ ଏହାକୁ ରାଜପଥରେ ପରିଣତ କରାଗଲା । ସାଧାରଣ ଲୋକଙ୍କ ପାଇଁ ଏହା ଶୁକ୍ରବାରଠାରୁ ଖୋଲିବ । ଦିଲ୍ଲୀର ଇଣ୍ଡିଆ ଗେଟ୍ଠାରୁ ରାଷ୍ଟ୍ରପତି ଭବନ ପର୍ୟ୍ୟନ୍ତ ରାଜପଥର ଉଭୟ ପାଶ୍ୱର୍ କ୍ଷେତ୍ରକୁ ସେଂଟ୍ରାଲ ଭିଷ୍ଟା କୁହାଯାଉଛି । ଏହି ଅଂଚଳରେ ରାଷ୍ଟ୍ରପତି ଭବନ, ନର୍ଥ ବ୍ଲକ, ସାଉଥ୍ ବ୍ଲକ, ରେଳ ଭବନ, ସଂସଦ ଭବନ, କୃଷି ଭବନ, ନିର୍ମାଣ ଭବନ, ପ୍ରତିରକ୍ଷା ଭବନ ଓ ହାଇଦ୍ରାବାଦ ହାଉସ୍ ପରି ଅନେକ ସରକାରୀ କୋଠା ରହିଛି ।
#WATCH | PM Narendra Modi unveils the statue of Netaji Subhas Chandra Bose beneath the canopy near India Gate
(Source: DD) pic.twitter.com/PUJf4pSP9o
— ANI (@ANI) September 8, 2022
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟ୍ ନିକଟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ପ୍ରତିମୂର୍ତିର ବି ଉଦ୍ଘାଟନ କରିଛନ୍ତି । ଚଳିତ ବର୍ଷ ଜାନୁଆରୀ ୨୩ରେ ସମାନ ସ୍ଥାନରେ ସୁଭାଷ ବୋଷଙ୍କର ଏକ ହଲମାର୍କ ମୂର୍ତି ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ । ଏବେ ଏହାକୁ ଗ୍ରାନାଇଟ୍ ଦ୍ୱାରା ନିର୍ମାଣ କରାଯାଇଛି । ଏହାର ଉଚ୍ଚତା ୨୮ ଫୁଟ ହୋଇଥିବା ବେଳେ ଓଜନ ୬୫ ମେଟ୍ରିକ୍ ଟନ୍ ରହିଛି । ଇଣ୍ଡିଆ ଗେଟ୍ରୁ ରାଜପଥ ପର୍ୟ୍ୟନ୍ତ ଲମ୍ବିଥିବା ରାଜପଥକୁ ଏଣିକି କର୍ତବ୍ୟ ପଥ କୁହାଯାଉଛି ।