ଓଲିଉଡରେ ଚମକୁଛନ୍ତି ପୂଜା

0

ଭୁବନେଶ୍ୱର (ଆମ ଟିଭି): ପିଲା ଦିନରୁ ସେ ଓଡିଶୀ ପ୍ରତି ଆକର୍ଷିତ । କଳାକୁ ଆୟତ କରିବାରେ ସେ ନିପୁଣ । ରଙ୍ଗିନ ଦୁନିଆ ସହ ତାଙ୍କର ବେଶି ଦିନର ସମ୍ପର୍କ ନୁହେଁ କିନ୍ତୁ କଳା ଜଗତରେ ସେ ବେଶ ସଫଳ । ମଡେଲିଙ୍ଗ ଜଗତ ସହ ଓଲିଉଡରେ ଟ୍ରେଣ୍ଡ କରୁଛନ୍ତି ନବାଗତା ପୂଜା । ତାଙ୍କର ପୁରା ନାଁ ପୁର୍ଣ୍ଣିମା ବରାଳ । କିନ୍ତୁ ସେ ପୂଜା ନାଁ ରେ ବେଶ ପରିଚିତ ।

ମ୍ୟୁଜିକ ଭିଡିଓ ରଙ୍ଗୋଲି ରଙ୍ଗୋଲିରୁ ଅଭିନୟ ଯାତ୍ରା ଆରମ୍ଭ କରିଛନ୍ତି ପୂଜା । ପରେ କାଚା ବାଦାମ ଓ ଲଭ୍ ଟ୍ୟୁସନରେ ସେ ଅଭିନୟ କରିଛନ୍ତି । ଓଡିଆ ସିନେମା ବାପା ଆଇସିୟୁରେ ଅଛନ୍ତି ଓ ଚୋରଣୀରେ ପୂଜାଙ୍କ ଦମଦାର ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ନାଚ ଗୀତ ସାଙ୍ଗକୁ ଅଭିନୟରେ ବେଶ ପାରଙ୍ଗମ ପୂଜା । ପିଲାଦିନୁ ଓଡିଶୀ ସହ ତାଙ୍ଗର ଥିଲା ସୁସମ୍ପର୍କ । ପରେ ମଡେଲିଙ୍ଗ ଓ ରଙ୍ଗୀନ ଦୁନିଆରୁ ତାଙ୍କୁ ଅଫର ଆସିଲା । ସୁଯୋଗକୁ ହାତଛଡା ନକରି ଏହି ଦୁନିଆରେ ପାଦ ରଖିଲେ ପୂଜା । ସେବେଠାରୁ ନିଜ ଲକ୍ଷ ପଥରେ ସେ ଆଗେଇ ଚାଲିଛନ୍ତି ।

ଏବେ ସେ ମୁନ୍ ଟିଭି ମୁଭିଜର ଏମ ପଟ୍ଟନାୟକ ଓ ସଚିକାନ୍ତ ଜେନାଙ୍କ ପଯୋଜିତ ଏବଂ ସତ୍ୟନରାରାୟଣ ସାହୁଙ୍କ ପ୍ରେମ ଲେଖିଦେଲି ତୋ ନାଁ ରେ ରେ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ଆସନ୍ତା ସେେପ୍ଟେମ୍ବର ୧୮ରୁ ଏହାର ସୁଟିଙ୍ଗ ଆରମ୍ଭ ହେଉଛି । ଏଥିରେ ପୂଜାଙ୍କ ଅଭିନୟ ଦର୍ଶକଙ୍କ ମନ କିଣିବ । ଏଥିସହିତ ଏମିତି ଝିଅଟେ ଖୋଜେ , ତୋ ଭିଜା ଓଠ ଓ ପ୍ରେମରେ ତୋ ପ୍ରେମରେ ମ୍ୟୁଜିକ ଭିଡିଓରେ ପୂଜା ଅଭିନୟ କରିଛନ୍ତି ।

Leave A Reply

Your email address will not be published.