ଦିଲ୍ଲୀ ଏୟାରପୋର୍ଟରେ ହଙ୍ଗାମା, ଯାତ୍ରୀଙ୍କୁ ପିଟିଲେ ପାଇଲଟ, କାର୍ଯ୍ୟାନୁଷ୍ଠାନ ନେଲା ଏୟାର ଇଣ୍ଡିଆ

0

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ବିମାନବନ୍ଦରରେ ଅଜବ ଘଟଣା । ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ ଜଣେ ଯାତ୍ରୀ ଉପରେ ଆକ୍ରମଣ କରିଛନ୍ତି । ଏୟାରଲାଇନ ଯାଞ୍ଚ ନିର୍ଦ୍ଦେଶ ହେବା ପରେ ଅଭିଯୁକ୍ତ ପାଇଲଟଙ୍କୁ ନିଲମ୍ବିତ କରାଯାଇଛି । ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ସତ ଜଣାପଡିଥିଲା ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ଯାତ୍ରୀ ଜଣକ ନିଜ ଅନୁଭୂତି କହିଛନ୍ତି, ଏଥିରେ ଯାତ୍ରୀ ଜଣକ ଲହୁଲୁହାଣ ହୋଇଥିବା ବେଳେ ପାଲଇଟଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି । ମୁଁ ଏବଂ ମୋ ପରିବାର ସିକ୍ୟୁରିଟି ଚେକ୍ ପାଇଁ ଲାଇନରେ ଯିବାକୁ କୁହାଯାଇଥିଲା, ଯେଉଁ ଲାଇନରେ ଷ୍ଟାଫ ଯାଆନ୍ତି, କାରଣ ଆମ ସହିତ ୪ ମାସର ପିଲା ରହିଥିଲା । ଷ୍ଟାଫ ମୋ ଆଗରେ ଲାଇନ ବ୍ରେକ କରିଦେଇଥିଲେ, ମୁଁ କିଛି ପଚାରିବାରୁ ପାଇଲଟ ଜଣକ ବିରକ୍ତି ହୋଇ ମୋତେ କହିଥିଲେ, ମୁଁ ଅଶିକ୍ଷିତ, ଆପଣ କ’ଣ ଲେଖାଯାଇଛି ପଢିପାରୁନାହାନ୍ତି ବୋଲି ପଚାରିଥିଲେ । ଏହା ଷ୍ଟାଫ ଲାଇନ…। ଏହାପରେ ଆମ ଭିତରେ କଥା କଟାକଟି ହୋଇଥିଲା ଆଉ ପାଇଲଟ ଜଣକ ମୋ ଉପରେ ଆକ୍ରମଣ କରିଥିଲେ । ମୋ ମୁହଁକୁ ମାରି ଫଟାଇଥିଲେ । ଫଳରେ ଆମ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା । ଏହି ଘଟଣାରେ ମୋ ୭ ବର୍ଷର ଝିଅ ବିଲକୁଲ ଭୟଭୀତ ହୋଇଯାଇଥିଲା ।

ଘଟଣା ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ପାଇଲଟଙ୍କ ବ୍ୟବହାର କ୍ଷମା ମାଗି ଅଫିସିଆଲ ବୟାନ ମଧ୍ୟ ଜାରି କରିଛି । ଏହାପରେ ଏୟାରଲାଇନ କହିଛି କି, ଅଭିଯୁକ୍ତ କର୍ମଚାରୀଙ୍କୁ ତୁରନ୍ତ ସମସ୍ତ ଅଫିସିଅଲ ଦାୟିତ୍ବରୁ ହଟାଇଦେଇ ମାମଲାର ଯାଞ୍ଚ କରୁଛି ।

Leave A Reply

Your email address will not be published.