ଭୁବନେଶ୍ବର (ଆମ ଟିଭି): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ମଣ୍ଡି ସମସ୍ୟା। ରାଜ୍ୟର ଧାନ ମଣ୍ଡି ଅବ୍ୟବସ୍ଥା ନେଇ ସରକାର ଡାକିଲେ ବଡ଼ ବୈଠକ ।ଆସନ୍ତାକାଲି ଅପରାହ୍ଣ ୩ଟାରେ ଲୋକସେବା ଭବନରେ ବୈଠକ । ଏହି ବୈଠକରେ କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ ଉପସ୍ଥିତ ରହିବେ । ଏହି ବୈଠକରେ ଧାନ ଉଠାଣ ସମସ୍ୟା ଓ ସମାଧାନ ନେଇ ହେବ ଆଲୋଚନା । ଧାନ ଉଠାଣରେ କେଉଁଠି ଓ କାହିଁକି ସମସ୍ୟା ରହୁଛି ଓ ଏହାର ସମାଧାନ କିପରି ହେବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।
ମଣ୍ଡି ସମସ୍ୟା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ପ୍ରତିଦିନ ଧାନ ଉଠୁଛି। ସରକାରକୁ ବଦନାମ କରିବାକୁ ବିରୋଧୀ ଦଳ ପ୍ରୟାସ କରୁଛନ୍ତି। ଆନ୍ଦୋଳନ ବିଭିନ୍ନ ସ୍ଥାନରେ ହେଉଛି । ଚାଷୀ ଚାହୁଁଛନ୍ତି ଧାନ ଆଣିଲେ ସଙ୍ଗେ ସଙ୍ଗେ ଉଠିଯାଉ ବୋଲି କିନ୍ତୁ ତାହା ସମ୍ଭବ ନୁହେଁ। ଯେହେତୁ ଦିନେ ଦୁଇଦିନ ସମୟ ଲାଗୁଛି ତେଣୁ ଚାଷୀଙ୍କୁ କିଛି ଲୋକ ପ୍ରବର୍ତ୍ତାଇ ଆନ୍ଦୋଳନ କରୁଛନ୍ତି। ୩ ଲକ୍ଷ ୮୫ ହଜାର ୪୦୫ ଟନ୍ ଧାନ ବର୍ତ୍ତମାନ ସୁଦ୍ଧା ଉଠି ସାରିଲାଣି। ୮୫ ହଜାର ୧୮୩ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହୋଇଛି ।