ପରଲୋକରେ ଅଜିତ୍ ପାୱାର, ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀଙ୍କ ନିଧନ

0

ମହାରାଷ୍ଟ୍ର (ଆମ ଟିଭି): ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନେଇ ଯାଉଥିବା ବିମାନ ବାରାମତିରେ ଦୁର୍ଘଟଣାର ଶିକାର ହୋଇଛି । ସକାଳ ପ୍ରାୟ ୮:୪୫ ସମୟରେ ବାରାମତୀ ଏୟାରଷ୍ଟ୍ରିପରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମୟରେ ଅଜିତ ପାୱାର ବିମାନରେ ଥିଲେ । ଆଗାମୀ ଜିଲ୍ଲା ପରିଷଦ ନିର୍ବାଚନ ସମ୍ବନ୍ଧୀୟ ଏକ ସାଧାରଣ ସଭାରେ ଯୋଗଦେବା ପାଇଁ ପାୱାର ମୁମ୍ବାଇରୁ ବାରାମତୀ ଯାଉଥିଲେ। ଦୁର୍ଘଟଣା ସ୍ଥଳରେ ବର୍ତ୍ତମାନ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି । ବିମାନଟି କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ପାଣିପାଗ ଜନିତ କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଛି ଜଣାପଡିନି ।

ଏନସିପି ନେତା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ମହାରାଷ୍ଟ୍ରର ବାରାମତୀ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସେ ଏକ କାର୍ଯ୍ୟକ୍ରମ ପାଇଁ ସେଠାରେ ପହଞ୍ଚିଥିଲେ । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା କି କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରୁ ମିଳିଥିବା ଭିଡିଓଗୁଡ଼ିକ ବିମାନରେ ନିଆଁ ଲାଗିଥିବା ଓ ଧୂଆଁ ବାହାରୁଥିବା ଦେଖାଯାଉଛି ।

Leave A Reply

Your email address will not be published.