ଆଜିକାଲି ଟାଟୁ କରାଇବା କେବଳ ଫ୍ୟାସନ୍ ନୁହେଁ, ଏହା ନିଜର ଚିନ୍ତାଧାରା, ଭାବନା ଓ ପରିଚୟକୁ ପ୍ରକାଶ କରିବାର ଏକ ମାଧ୍ୟମ । ଯୁବପୀଢି ଷ୍ଟାଇଲିସ୍ ଲୁକ୍ ପାଇଁ ଟାଟୁ ପ୍ରତି ବେଶ୍ ଆକର୍ଷିତ। କିନ୍ତୁ ଟାଟୁ ଜୀବନସାରା ଶରୀରରେ ରହିଥାଏ, ତେଣୁ ଏହା କରିବା ପୂର୍ବରୁ ଭଲଭାବେ ଭାବିବା ଓ ସତର୍କତା ଅନୁସରଣ କରିବା ଅତ୍ୟନ୍ତ ଆବଶ୍ୟକ।
ନିମ୍ନରେ ଟାଟୁ କରାଇବା ପୂର୍ବରୁ ରକ୍ଷା କରିବାକୁ ପଡ଼ିବା କିଛି ଜରୁରୀ ସତର୍କତା
1. ଡିଜାଇନ୍ ବାଛିବା ପୂର୍ବରୁ ଭଲଭାବେ ଭାବନ୍ତୁ
:-ଟ୍ରେଣ୍ଡ ଦେଖି ଟାଟୁ କରନ୍ତୁ ନାହିଁ। ଯାହା ଆଜି ଟ୍ରେଣ୍ଡରେ ଅଛି, ସେହିଟି କାଲି ପସନ୍ଦ ନ ହେବା ସମ୍ଭାବନା ରହିଛି।
:-ଏମିତି ଡିଜାଇନ୍ ବାଛନ୍ତୁ ଯାହା ଆପଣଙ୍କ ବ୍ୟକ୍ତିତ୍ୱ ଓ ଭାବନା ସହିତ ସମଞ୍ଜସ୍ୟ ରଖେ।
:-ପ୍ରଥମଥର ପାଇଁ ଛୋଟ ଟାଟୁରୁ ଆରମ୍ଭ କରିବା ଭଲ।
:-ଟାଟୁ ଟ୍ରାଏଲ୍ ଆପ୍ ବା ଅସ୍ଥାୟୀ (temporary) ଟାଟୁ ଦ୍ୱାରା ଆଗୁଆଁରୁ ଦେଖନ୍ତୁ ଯେ ଏହା ଆପଣଙ୍କ ଉପରେ କିପରି ଦିଶିବ।
2. ଭଲ ଟାଟୁ ଷ୍ଟୁଡିଓ ଓ ଆର୍ଟିଷ୍ଟ ବାଛନ୍ତୁ
:-ସର୍ଟିଫାଇଡ୍ ଓ ପରିଷ୍କାର ଷ୍ଟୁଡିଓ ବାଛନ୍ତୁ।
:-ଥରେ ବ୍ୟବହୃତ ଛୁଞ୍ଚି (disposable needle) ଆଉ ଥରେ ଯେମିତି ବ୍ୟବହାର ହେଉଛି କି ନାହିଁ ତାହା ନିଶ୍ଚିତ କରନ୍ତୁ।
:-ଇଙ୍କ (ink) ଉତ୍ତମ ଗୁଣସ୍ତରର ହେଉଥିବା ଦେଖନ୍ତୁ।
:-ଆର୍ଟିଷ୍ଟଙ୍କ ପୂର୍ବରୁ କରାଯାଇଥିବା କାମ (portfolio) ଦେଖନ୍ତୁ।
:-ଅସାବଧାନତାରେ ସଂକ୍ରମଣ, ଚର୍ମ ରୋଗ ବା ଆଲର୍ଜି ସମସ୍ୟା ହୋଇପାରେ।
3. ନିଜ ତ୍ୱଚା ଓ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ
:-ଯେଉଁ ସ୍ଥାନରେ ଟାଟୁ କରିବେ, ସେଠାରେ କଟ୍, ଆଘାତ ବା ଚର୍ମ ରୋଗ ଥିଲେ ଟାଟୁ କରନ୍ତୁ ନାହିଁ।
:-ଡାଇବେଟିସ୍, ଆଲର୍ଜି ବା କୌଣସି ଗୁରୁତର ରୋଗ ଥିଲେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
:-ଟାଟୁ କରାଇବାର ଏକ ଦିନ ପୂର୍ବରୁ ମଦ୍ୟପାନ, କ୍ୟାଫିନ୍ ବା ବ୍ଲଡ୍ ଥିନର୍ ଔଷଧ ନିଅନ୍ତୁ ନାହିଁ।
:-ପର୍ଯ୍ୟାପ୍ତ ପାଣି ପିଇ ଶରୀରକୁ ହାଇଡ୍ରେଟ୍ ରଖନ୍ତୁ।
4. କଷ୍ଟ ପାଇଁ ମାନସିକ ପ୍ରସ୍ତୁତି
:-ଟାଟୁ କରାଇବା ସମୟରେ ହାଲୁକା ଠାରୁ ମଧ୍ୟମ କଷ୍ଟ ହୋଇପାରେ।
:-ଖାଲି ପେଟରେ ଯିବେ ନାହିଁ, ହାଲୁକା ଖାଦ୍ୟ ଖାଇ ଯାଆନ୍ତୁ।
:-ଭୟ ବା ଆତଙ୍କ ଥିଲେ ଆର୍ଟିଷ୍ଟଙ୍କ ସହ କଥା ହେବାରେ ଦ୍ୱିଧା କରନ୍ତୁ ନାହିଁ।
:-ଟାଟୁ ସମୟରେ ଶରୀରକୁ ସ୍ଥିର ରଖନ୍ତୁ।