ଟ୍ୱିଟ୍ କରି ବର୍ଷାଙ୍କୁ ଏମିତି କହିଲେ ଅଭିନେତା ଅନୁଭବ ମହାନ୍ତି?

0

କଟକ(ଆମ ଟିଭି): ପୁଣି ଚର୍ଚ୍ଚାରେ ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । ଏଥର ଉଭୟଙ୍କ ମଧ୍ୟରେ ଟ୍ୱିଟ୍ ୱାର ଦେଖିବାକୁ ମିଳିଛି । କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଫ୍ୟାମିଲି କୋର୍ଟ ବାରଣ କରିବା ପରେ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ ରହିଛନ୍ତି ସାଂସଦ ଅନୁଭବ । ଯାହାକୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । କେବଳ ଆକ୍ଟିଭ ରହଛନ୍ତି ତା ନୁହେଁ, ପତ୍ନୀ ବର୍ଷା ଏବଂ ତାଙ୍କ ଭଉଣୀଙ୍କୁ ଟାର୍ଗେଟ କରି ମାରିଛନ୍ତି ତେରେଛା ବାଣ । ଟ୍ୱିଟରରେ ଉଭୟଙ୍କୁ ପ୍ରଶ୍ନ ପଚାରିଛନ୍ତି ଅନୁଭବ ମହାନ୍ତି ।

କୋର୍ଟରେ ଓଲିଉଡ କପଲ ଅନୁଭବ-ବର୍ଷାଙ୍କ ପାରବାରିକ ବିବାଦକୁ ନେଇ କୌଣସି ଶୁଣାଣି ହୋଇ ନାହିିଁ । ତେବେ ଉଭୟଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରହିବା ପାଇଁ ବାରଣ କରିଛନ୍ତି ଫ୍ୟାମିଲି କୋର୍ଟ । କିନ୍ତୁ ଏହାକୁ ଅବମାନନା କରି ଟ୍ୱିଟରରେ ଆକ୍ଟିଭ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଟ୍ୱିଟ କରି ପତ୍ନୀ ବର୍ଷା ଏବଂ ତାଙ୍କ ଭଉଣୀଙ୍କୁ ସେ କରିଛନ୍ତି ଆଟାକ । ଭାଇରାଲ ହେଉଥିବା ଅଡିଓକୁ ନେଇ ଅନୁଭବ ଉଭୟଙ୍କୁ ପ୍ରଶ୍ନ କରିଛନ୍ତି । ପ୍ରକୃତ ସତ ଏବଂ ମିଛ କ’ଣ ବୋଲି ପ୍ରଶ୍ନ କରିଛନ୍ତି ସୁପରଷ୍ଟାର । ଅଡିଓରେ ଥିବା ଭଏସ କାହାର ସ୍ପଷ୍ଟ କରିବାକୁ ସେ ପ୍ରଶ୍ନ କରିଛନ୍ତି ।

ଅନୁଭବ ଟ୍ୱିଟରେ ଲେଖିଛନ୍ତି ଯେ, ବିଶେଷ କରି ଫିଲ୍ମ ଏବଂ ରାଜନୀତି କ୍ଷେତ୍ରରୁ ମୋତେ ବିଭିନ୍ନ ପ୍ରଶ୍ନ ଆସୁଛି ବୋଲି କହିଛନ୍ତି ଅନୁଭବ । ତେବେ ଆପଣଙ୍କୁ ଆଘାତ ଦେବା କିମ୍ବା ପ୍ରତିଛବି ମଳିନ କରିବା ମୋର ଉଦ୍ଦେଶ୍ୟ ନୁହେଁ । ମୁଁ ଆପଣଙ୍କୁ ସମ୍ମାନ କରେ, ମାତ୍ର ଟ୍ୱିଟ କରି ପ୍ରଶ୍ନ କରିବା ପାଇଁ ବାଧ୍ୟ ହେଉଛି ।

Leave A Reply

Your email address will not be published.