ହୋଲି ପରେ ଚିନ୍ତା ନାହିଁ! ଏହି ସହଜ ଉପାୟରେ ଦେହରୁ ହଟିବ ରଙ୍ଗ*

0

ଗାଁଠାରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଏବେ ହୋଲିର ମାହୋଲ। ରଙ୍ଗ ବେରଙ୍ଗର ଫଗୁ ଧରି ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଉଛନ୍ତି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ଗୁରୁଜନଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି ନିଜକୁ ହୋଲିର ରଙ୍ଗରେ ରଙ୍ଗେଇ ଦେଇଛନ୍ତି। ହୋଲିରେ ରଙ୍ଗ ଖେଳିବାକୁ ମଜା ତ ଲାଗେ। କିନ୍ତୁ ଦେହରୁ ରଙ୍ଗ ଛଡ଼ାଇବା ଏତେ ସହଜ ହୋଇନଥାଏ।

ତେବେ କେମିତି ଦେହରୁ ସହଜରେ ରଙ୍ଗ ଛଡ଼ାଇବେ ସେ ନେଇ କିଛି ଟିପ୍ସ

:-ରଙ୍ଗ ଖେଳିବା ପୂର୍ବରୁ ଶରୀରେ ମଶ୍ଚରାଇଜର, ଲୋସନ କିମ୍ବା ନଡ଼ିଆ ତେଲ ଲଗାନ୍ତୁ। ଏହା ଦ୍ୱାରା ତ୍ୱଚା ସୁରକ୍ଷିତ ରହିବ ଏବଂ ସହଜରେ ରଙ୍ଗ ଛଡ଼ାଇ ହେବ।

:-ରାସାୟନିକ ରଙ୍ଗଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।

:-ହୋଲି ଖେଳିବା ବେଳେ ଫଗୁକୁ ବ୍ୟବହାର କରନ୍ତୁ।

:-କେଶରେ ଯଥା ସମ୍ଭବ ନଡ଼ିଆ ତେଲ ଲଗାନ୍ତୁ। ସମ୍ଭବ ହେଲେ

କ୍ୟାପ୍ ସହାୟତାରେ ଚୁଟିଗୁଡ଼ିକୁ ଢାଙ୍କି ଦିଆନ୍ତୁ।

:-ଆଖିରେ ରଙ୍ଗ ପଡ଼ିଗଲେ ତୁରନ୍ତ ଥଣ୍ଡା ପାଣି ଆଖିକୁ ଛାଟନ୍ତୁ।

:-ହୋଲି ଖେଳିବା ପୂର୍ବରୁ ଚଷମା ଲଗାଇଲେ ମଧ୍ୟ ସୁରକ୍ଷା ମିଳିପାରିବ।

:-ମୁହଁ ଏବଂ ହାତରୁ ରଙ୍ଗକୁ ଛଡ଼ାଇବା ପରେ ତୁରନ୍ତ ଗୋଲାପ ଜଳକୁ ବ୍ୟବହାର କରନ୍ତୁ।

:-ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ।

Leave A Reply

Your email address will not be published.