କୋଟିପତି ଯନ୍ତ୍ରୀଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା, ନଗଦ ସାଢ଼େ ୪ ଲକ୍ଷ ଟଙ୍କା ଜବତ

0

ଭୁବନେଶ୍ବର (ଆମ ଟିଭି): ଭିଜିଲାନ୍ସ ଜାଲରେ ଜଳସଂପଦ ବିଭାଗର କୋଟିପତି ଯନ୍ତ୍ରୀ ।  ଘରୁ ବାହାରିଲା ପୁଳା ପୁଳା ଟଙ୍କା । ନଗଦ ସାଢ଼େ ୪ ଲକ୍ଷ ଟଙ୍କା  ଜବତ ।   କେନ୍ଦ୍ରାପଡ଼ା  ଜିଲ୍ଲା ଡେରାବିଶ ଇରିଗେସନ ସବ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କର ଭୁବନେଶ୍ବରରେ ଗୋଟିଏ ଓ ଚୌଦ୍ବାରରେ ଗୋଟିଏ ବହୁତଳ କୋଠା ରହିଛି  ।  ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରମୋଦଙ୍କ ବିଭିନ୍ନ ଠିକଣାରେ ଚାଲିଛି ଭିଜିଲାନସ ଚଢାଉ ।  ରେଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ଅଫିସ କାଗଜପତ୍ର ଜବତ ହୋଇଛି ।  କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଭଦ୍ରକ ଓ ଭୁବନେଶ୍ବରରେ ଏକକାଳୀନ ଚାଲିଛି ରେଡ୍ ।

ସହକାରୀ ନିର୍ବାହୀ ଯନ୍ତ୍ରୀ  ପ୍ରମୋଦ ରାୟଙ୍କ ଅଫିସ  ସହ ଭଦ୍ରକ ଜିଲ୍ଲା ତିହିଡି ରାଣୀପୁରରେ ଥିବା ଶ୍ବଶୁର ଘରେ ଯାଞ୍ଚ  ଚାଲିଛି । ପୂର୍ବରୁ ପ୍ରମୋଦ ରାୟ କେନ୍ଦ୍ରାପଡା ଇନ୍ଦୁପୁର ସ୍ଥିତ ଜଳସମ୍ପଦ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଏବେ ଛତାଛକ ସ୍ଥିତ କାର୍ଯ୍ୟାଳୟ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି l  ୧୯୮୮ ମସିହାରେ ପ୍ରମୋଦ ରାୟ ଜଳସଂପଦ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ ।  ସେତେବେଳେ ତାଙ୍କର ଦରମା ଥିଲା ୧୫୦୦ଟଙ୍କା । ବାଲିଅନ୍ତାରେ ୮ହଜାର ବର୍ଗଫୁଟ  ଜମିରେ ଏକ ଚାରି ମହଲା କୋଠା ରହିଛି ।

ସେହିପରି ଚୌଦ୍ବାରରେ ପ୍ରାୟ ୫ହଜାର ୨ଶହ ବର୍ଗଫୁଟ ଜମିରେ ରହିଛି ଦି ମହଲା ବିଲଡିଂ ।  ସହକାରୀ ନିର୍ବାହୀ ଯନ୍ତ୍ରୀ  ପ୍ରମୋଦ ରାୟଙ୍କର ଭୁବନେଶ୍ବର ଓ ଚୌଦ୍ବାରରେ ତାଙ୍କର ଦୁଇଟି ପ୍ଲଟ ଠାବ ହୋଇଛି ।  ଘରୁ ନଗଗ ୪ ଲକ୍ଷ ୪୮ ହଜାର ଟଙ୍କା ଜବତ ହୋଇଛି । ବ୍ୟାଙ୍କ, ପୋଷ୍ଟାଲ ଓ ଅନ୍ୟ ନିବେଶ ସଂପର୍କରେ ଯାଞ୍ଚ କରାଯାଉଛି ।  ଚଢାଉରେ ୨ଜଣ ଅତିରିକ୍ତ SP, ୯ ଡିଏସ୍ ପି , ୯ ଇନ୍ସପେକ୍ଟର, ୪ ASI ଓ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି ।

Leave A Reply

Your email address will not be published.