ରୂପାୟନ ଟ୍ରଷ୍ଟ’ ନାରୀ ଅସ୍ମିତା ସମ୍ମାନ-୨୦୨୬ ‘ ଏମବିସି ଟିଭି ପ୍ରୋଗ୍ରାମିଙ୍ଗ ହେଡ୍ କଳ୍ପନା କରନ୍ ପାଇଲେ ନାରୀ ଅସ୍ମିତା ସମ୍ମାନ 

0

ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ରୂପାୟନ ଟ୍ରଷ୍ଟ’ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନ ଠାରେ ଓଡ଼ିଆ ‘ନାରୀ ଅସ୍ମିତା ସମ୍ମାନ-୨୦୨୬’ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ରୂପେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ।ଅନୁଷ୍ଠାନର ସଭାପତି ଡ ଶ୍ରଦ୍ଧାଞ୍ଜଳି ରାୟ ସଭା କାର୍ଯ୍ୟ ଆରମ୍ଭ କରିଥିବା ବେଳେ, ସମସ୍ତ କାର୍ଯ୍ୟକ୍ରମକୁ ସମସ୍ତ କର୍ମକର୍ତ୍ତା ସୁଚାରୁରୂପେ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ପ୍ରତିଷ୍ଠା ଅର୍ଜନ କରିଥିବା ନାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଗୀତ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି କ୍ରୀଡା କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଥିବା ଅନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ ,ଓଡ଼ିଶୀ ନୃତ୍ୟ ପାଇଁ ଡଃ ଗାୟତ୍ରୀବାଳା ମିଶ୍ର ଓ ଗଣମାଧ୍ୟମରେ କର୍ତ୍ତବ୍ୟନିଷ୍ଠ କାର୍ଯ୍ୟ ପାଇଁ ଏମ୍ ବିସି ଟିଭିର ପ୍ରୋଗ୍ରାମ ହେଡ୍‌ କଳ୍ପନା କରନ୍ ଙ୍କୁ ‘ଓଡ଼ିଆ ନାରୀ ଅସ୍ମିତା ସମ୍ମାନ ୨୦୨୬’ଏହି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ପରିଶେଷରେ କୁନି ପ୍ରତିଯୋଗୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ବିଶେଷକରି ଓଡ଼ିଶୀ ନୃତ୍ୟରେ ଝୁମିଥିଲେ ସଭିଏଁ।ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ, ସଂଗଠନର ଏଭଳି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହିତ ସମାଜ କ୍ଷେତ୍ରରେ ନାରୀମାନଙ୍କ ଭୂମିକା ସମ୍ପର୍କରେ ନିଜ ପ୍ରତିକ୍ରିୟାରେ କହିଥିଲେ। ‘ରୂପାୟନ ଟ୍ରଷ୍ଟ’ ସଭାପତି ଡ଼ ଶ୍ରଦ୍ଧାଞ୍ଜଳି ରାୟ ନିଜ ପ୍ରତିକ୍ରିୟାରେ, ଅନୁଷ୍ଠାନ ତରଫରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ନାରୀଙ୍କୁ ସମ୍ମାନିତ କରାଯିବାର ପ୍ରକୃଷ୍ଟ ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ। ଧାବିକା ଦୂତୀ ଚାନ୍ଦ କହିଥିଲେ, ଏଭଳି ସମ୍ମାନରେ ସମ୍ମାନିତ ହୋଇ ଗର୍ବିତ ଅନୁଭବ କରୁଛି।ଏବେ ନାରୀମାନଙ୍କ ପ୍ରତି ଗୁରୁତ୍ବ ବଢ଼ିଲାଣି,ସେମାନଙ୍କୁ ସମାଜରେ ଉଚିତ ସ୍ଥାନ ମିଳିପାରୁଛି।

Leave A Reply

Your email address will not be published.